ୟୁକ୍ରେନ୍‌ ସଙ୍କଟ: କ୍ୱିଭ୍‌ରୁ ଉଠିଲା କର୍ଫ୍ୟୁ

କ୍ୱିଭ୍‌,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସରକାର ରାଜଧାନୀ କ୍ୱିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦେଇଛନ୍ତି। କର୍ଫ୍ୟୁ ଉଠିବା ପରେ ଭାରତ ସମେତ ଅନ୍ୟ ଦେଶର ଦୂତାବାସକୁ ଏକ ନିର୍ଦ୍ଦେଶନାମା ଦିଆଯାଇଛି। ପଶ୍ଚିମ ୟୁକ୍ରେନକୁ ଯାତ୍ରା କରିବା ପାଇଁ ସମସ୍ତ ଦେଶର ଛାତ୍ରୀଛାତ୍ରମାନଙ୍କୁ ରେଳ ଷ୍ଟେଶନରେ ପହଞ୍ଚିବାକୁ କୁହାଯାଇଛି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ରାଜଧାନୀ କ୍ୱିଭ୍‌ରେ ସପ୍ତାହାନ୍ତ କର୍ଫ୍ୟୁ ପ୍ରତ୍ୟାହାର କରାଯାଇଛି ବୋଲି ଭାରତୀୟ ଦୂତାବାସ ଟୁଇଟ୍‌ କରିଛି।
ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନ ଏବେ ଖରାପ ସ୍ଥିତିରେ ଅଛି। ରୁଷିଆ ଆକ୍ରମଣରେ ଏପର୍ଯ୍ୟନ୍ତ ୩୫୨ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୪ ଜଣ ପିଲା ମଧ୍ୟ ସାମିଲ ଅଛନ୍ତି।

Share