Categories: ଜାତୀୟ

ମାୟାବତୀ ଇଡି-ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ: ରାହୁଲ

ନୂଆଦିଲ୍ଲୀ,୯।୪: ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ ମେଣ୍ଟ ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ। ହେଲେ ସେ ଇଡି ଏବଂ ସିବିଆଇ ଭୟରେ ନିର୍ବାଚନ ଲଢ଼ିଲେ ନାହିଁ ବୋଲି ଶନିବାର ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ କହିଛନ୍ତି।

ନିର୍ବାଚନ ପୂର୍ବରୁ କଂଗ୍ରେସ ବହୁଜନ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବାକୁ ଚାହୁଁଥିଲା । ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମାୟାବତୀ କିଛି ଉତ୍ତର ଦେଇନଥିଲେ। ଏପରିକିି ସେ ଚଳିତ ଥର ନିର୍ବାଚନ ମଧ୍ୟ ଲଢି ନ ଥିଲେ । ମାୟାବତୀ ଦଳିତଙ୍କୁ ଶକ୍ତିଶାଳି କରିଛନ୍ତି। ହେଲେ ବାଟ ସଫା ଥାଇ ବି ସିବିଆଇ, ଇଡି ଓ ପେଗାସସ ଡରରେ ସେ ଲଢିବାକୁ ଚାହୁଁ ନାହାଁନ୍ତି ବୋଲି ରାହୁଲ କହିଛନ୍ତି।

Share