Categories: ଖେଳ

‘ବିଳମ୍ବରେ ହେଉ ପଛେ ଫେରିଲେ’

ମୁମ୍ବାଇ,୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଅଧାରୁ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକତ୍ୱରୁ ଇସ୍ତଫା ଦେଇଛନ୍ତି ରବିନ୍ଦ୍ର ଜାଡେଜା। ତାଙ୍କ ସ୍ଥାନରେ ମହେନ୍ଦ୍ର ସିଂହ ଧୋନୀଙ୍କୁ ପୁଣି ଥରେ ଦଳର ନେତୃତ୍ୱ ମିଳିଛି। ଏନେଇ ଶନିବାର ଫ୍ରାଞ୍ଚାଇଜ୍‌ ପକ୍ଷରୁ ଘୋଷଣା କରାଯିବା ପରେ କ୍ରିକେଟ ବିଶେଷଜ୍ଞମାନେ ପ୍ରତିକ୍ରିୟା ରଖୁଛନ୍ତି।

କ୍ରିକ୍‌ବଜ୍‌ ସହ ସାକ୍ଷାତକାରରେ ବିରେନ୍ଦ୍ର ସେହ୍ବାଗ କହିଛନ୍ତି, ଧୋନୀ ଯଦି ଅଧିନାୟକ ନ ହୁଅନ୍ତି ତେବେ ଚେନ୍ନାଇ କିଛି କରିପାରିବ ନାହିଁ ବୋଲି ପ୍ରଥମ ଦିନରୁ କହୁଥିଲୁ। ବିଳମ୍ବରେ ହେଉ ପଛେ ସେ ପୁଣି ଫେରିଛନ୍ତି। ତାଙ୍କ ପାଖରେ ଏବେ ବି ସୁଯୋଗ ରହିଛି। ଏବେ ବଡ଼ ପରିବର୍ତ୍ତନ ହେବ।

ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍‌ ରେକର୍ଡ ୯ ଥର ଫାଇନାଲ ଖେଳିଛି। ଏହି ସମୟରେ ଦଳ ୪ ଥର ଦଳ ଟାଇଟଲ ଜିତିଛି। ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଦଳ ଆଇପିଏଲ୍‌ ଚାମ୍ପିୟନ ହୋଇଛି।

Share