ନୂଆଦିଲ୍ଲୀ,୧୧ା୬: ଗର୍ଭବତୀ ମହିଳାମାନେ ମାନସିକ ତଥା ଶାରୀରିକ ସୁସ୍ଥ ପିଲା ଜନ୍ମ କରିବା ପାଇଁ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢ଼ିବା ଉଚିତ ବୋଲି ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନ କହିଛନ୍ତି। ମହିଳା ରୋଗ ବିଶେଷଜ୍ଞ ତଥା ରାଜ୍ୟପାଳ ସୌନ୍ଦରାରାଜନ ଆର୍ଏସ୍ଏସ୍ର ଏକ କାର୍ଯ୍ୟକ୍ରମକୁ ଭର୍ଚୁଆଲି ମାଧ୍ୟମରେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସେ କହିଛନ୍ତି, ଗାଁ ମାନଙ୍କରେ ଗର୍ଭବତୀ ମହିଳାମାନେ ରାମାୟଣ, ମହାଭାରତ ପଢ଼ିଥାଆନ୍ତି। ବିଶେଷକରି ତାମିଲନାଡୁରେ ସୁନ୍ଦରାକାଣ୍ଡ ଉଚ୍ଚାରଣ କରୁଥିବା ଗର୍ଭବତୀ ମହିଳା ଉତ୍ତମ ସନ୍ତାନ ଲାଭ କରନ୍ତି ବୋଲି ଲୋକ ବିଶ୍ୱାସ ରହିଛି।