ବାରଣ୍ଡାରେ ଚାଲିଛି ପାଠପଢ଼ା

ବଇଣ୍ଡା,୧୬।୭(ପରିକ୍ଷିତ ସାହୁ) ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା ପ୍ରଚଳନ କଲେ ମଧ୍ୟ ଶିକ୍ଷାର ଠିକ୍‌ ବିକାଶ ହୋଇ ପାରୁନାହିଁ। ଅନେକ ବିଦ୍ୟାଳୟରେ ସମସ୍ୟା ଲାଗିରହିଥିଲେ ମଧ୍ୟ ସମାଧାନ ହେଉନାହିଁ। ବହୁ ପୁରାତନ ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଥିଲେ ମଧ୍ୟ ସରକାର କୌଣସି ଦୃଷ୍ଟି ଦେଉନାହାନ୍ତି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଶ୍ରେଣୀ ଗୃହ ଅଭାବ ଯୋଗୁ ପାଠପଢାରେ ସମସ୍ୟା ଦେଖାଦେଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କେଞ୍ଚୁଆନାଳି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହ ନ ଥିବା ଯୋଗୁ ବହୁ ସମସ୍ୟା ଦେଖାଦେବା ସହ ଛାତ୍ରୀଛାତ୍ର ମାନେ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଏହି ବିଦ୍ୟାଳୟ ବହୁ ପୁରାତନ ହୋଇଥିଲେ ମଧ୍ୟ ସମସ୍ୟା ଗୁଡିକୁ ସମାଧାନ କରାଯାଉ ନ ଥିବା ଯୋଗୁ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡିଛି।

ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବହୁବାର ଶିକ୍ଷା ବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସୋମବାର ଗ୍ରାମବାସୀଙ୍କ ପକ୍ଷରୁ ଜିଲାପାଳଙ୍କୁ ଏକ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଯାଇଛି। ଏହାର ଏକ ନକଲ ଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି, ୧୯୫୮ ମସିହାରେ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ହେଲେ ଏହି ବିଦ୍ୟାଳୟରେ ଏବେ ବହୁ ସମସ୍ୟା ଲାଗି ରହିଛି। ବିଶେଷ କରି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୩୬ ଜଣ ଛାତ୍ରୀଛାତ୍ର ପାଠପଢୁଛନ୍ତି।

ସେମାନଙ୍କୁ ପଢାଇବା ପାଇଁ ଗୋଟିଏ ଶ୍ରେଣୀ ଗୃହଥିବା ଯୋଗୁ ଗୋଟିଏ କୋଠରିରେ ୩ଟି ଶ୍ରେଣୀର ଛାତ୍ରୀଛାତ୍ରମାନେ ପାଠପଢୁଛନ୍ତି। ଅନ୍ୟ ୨ଟି ଶ୍ରେଣୀର ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ଆବଶ୍ୟକ ଶ୍ରେଣୀ ଗୃହ ନିର୍ମାଣ ହେଉ ନ ଥିବା ଯୋଗୁ ପାଠପଢାରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି। ଫଳରେ ବର୍ଷା ଦିନେ ଛାତ୍ରୀଛାତ୍ରମାନେ ବହୁ ଅସୁବିଧାରେ ପାଠ ପଢୁଛନ୍ତି। ସେହିପରି ବିଦ୍ୟାଳୟରେ ୪ ଶିକ୍ଷକ ଆବଶ୍ୟକ ଥିବାବେଳେ ୨ ଜଣ ନିଯୁକ୍ତ ହୋଇଛନ୍ତି। ଅନ୍ୟ ୨ ଶିକ୍ଷକ ପଦବୀ ଖାଲିପଡ଼ିଛି।

ସେହିପରି ବିଦ୍ୟାଳୟରେ ଆବଶ୍ୟକ ପରିମାଣର ଶୌଚାଳୟ ନ ଥିବାରୁ ଛାତ୍ରୀଛାତ୍ର ମାନେ ହଇରାଣ ହେଉଛନ୍ତି। ଏ ନେଇ ଶିକ୍ଷା କମିଟି ଓ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଛାତ୍ରୀଛାତ୍ରମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ନ ଥିବାବେଳେ ସେମାନେ ଖୋଲା କୂଅ ପାଣି ବ୍ୟବହାର କରୁଛନ୍ତି। ସେହିପରି ବିଦ୍ୟାଳୟରେ ଖେଳ ପଡିଆ ନ ଥିବାରୁ ସେମାନେ କୌଣସି ଖେଳ କୁଦ କରି ପାରୁନାହାନ୍ତି। ଏ ନେଇ ଗ୍ରାମବାସୀ ତା ୧୫।୦୬।୨୦୨୧ ଓ ତା ୦୩।୦୨।୨୦୨୩ରେ ଏକ ଅଭିଯୋଗପତ୍ର ମାଧ୍ୟମରେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଆଠମଲ୍ଲିକ ବ୍ଲକ ଶିକ୍ଷା ଅଧିକାରୀ ଦାସରଥି ଶୁଣ୍ଢି କହିଛନ୍ତି, ଯେଉଁ ବିଦ୍ୟାଳୟରେ ସମସ୍ୟା ରହିଛି ସେ ଗୁଡିକ ଉପରେ ବିଭାଗ ପକ୍ଷରୁ ତର୍ଜମା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅତିପ୍ରବଳ ବର୍ଷା ଆଶଙ୍କା: ୪ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୬ା୧୦:ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହା ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ...

ପୁଣି ଆସିପାରେ ଆଉ ଏକ ବାତ୍ୟା: ଏହି ଦିନ ହେବ…

ଭୁବନେଶ୍ୱର,୨୬ା୧୦(ଅନିଲ ଦାସ):ବାତ୍ୟା ‘ଦାନା’ ଶୁକ୍ରବାର ଓଡ଼ିଶା ଉପକୂଳ ଅତିକ୍ରମ କରିଯାଇଛି। ଏହାର ବେଗ ଅଧିକ ନ ଥିବାରୁ ଓଡ଼ିଶା ବିପର୍ଯ୍ୟୟରୁ ବର୍ତ୍ତିଯାଇଛି। ତେବେ ରାଜ୍ୟ ଉପରୁ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଟଳିନି ବିପଦ: ଆହୁରି ୨ ଦିନ ନିର୍ଧୁମ ଛେଚିବ

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ତେବେ ଏହାର...

ବାତ୍ୟା ପରେ ବାତିଲ୍‌ ହୋଇଥିବା ଟ୍ରେନ୍‌….

ଭୁବନେଶ୍ୱର,୨୫ା୧୦(ଅନୁରାଧା ମହାରଣା)- ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଭଦ୍ରକ-ଧାମରା, କଟକ-ପାରାଦୀପ, ହରିଦାସପୁର-ପାରାଦୀପ, ଯଖପୁରା-କେନ୍ଦୁଝର, କଟକ-ତାଳଚେର ଏବଂ ଖୋର୍ଦ୍ଧା ରୋଡ଼-ଭଦ୍ରକ ରେଳ ସେକ୍ସନ ଗୁଡିକରେ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri