ବିନା ପାଠ୍ୟପୁସ୍ତକରେ ପାଠପଢ଼ା

ନୟାଗଡ଼,୨୯।୯(ଲୋକନାଥ ମିଶ୍ର): ଅନୁସୂଚିତ ଜନଜାତି(ଏସ୍‌ଟି) ଓ ଅନୁସୂଚିତ ଜାତି(ଏସ୍‌ସି) ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଟାକରାଠାରେ ଥିବା ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସହ ସ୍କୁଲ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୦୯ ଛାତ୍ରୀଛାତ୍ର ପାଠ ପଢ଼ୁଥିବାବେଳେ ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ହଷ୍ଟେଲରେ ରହୁଛନ୍ତି। ତେବେ ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧିକାଂଶ ଛାତ୍ରୀଛାତ୍ର ବିନା ବହିରେ ପାଠ ପଢ଼ୁଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ବହି ଉଇ ଖାଇ ଯାଇଥିବାବେଳେ କେତେଜଣ ଛାତ୍ରୀଛାତ୍ରଙ୍କୁ ଗତ ବର୍ଷର ପୁରୁଣା ଚିରା ବହି ବଣ୍ଟନ ହୋଇଛି। ଛାତ୍ରୀଛାତ୍ର ବହି ପାଇ ନ ଥିବାବେଳେ ସ୍କୁଲ କର୍ତ୍ତୃପକ୍ଷ ଜିଲା ମଙ୍ଗଳ କାର୍ଯ୍ୟାଳୟକୁ ଅବଗତ କରାଇ ନାହାନ୍ତି। ଶିକ୍ଷାବର୍ଷର ୬ମାସ ଶେଷ ହେବାକୁ ଯାଉଥିବାବେଳେ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ଓ ୫-ଟି ଯୋଜନା ଏଠାରେ ପ୍ରହସନ ପାଲଟିଛି। ଅନ୍ୟପକ୍ଷେ ହଷ୍ଟେଲରେ ରହୁଥିବା ଅନ୍ତେବାସୀ ନଦୀରେ ଗାଧୋଉଛନ୍ତି। ସେମାନଙ୍କ ଲାଗି ଶୌଚାଳୟ ବ୍ୟବସ୍ଥା କରାଯାଉ ନାହିଁ। ପୁଣି ସ୍କୁଲରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଖରାଦିନେ ଏହା ଉକତ୍ଟ ରୂପ ଧାରଣ କରୁଛି। ବହି ପାଇ ନ ଥିବା ସଂକ୍ରାନ୍ତରେ ସ୍କୁଲର ଅନେକ ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। ଅଧିକାଂଶ ଛାତ୍ରୀଛାତ୍ର ପାଠପଢ଼ା ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏସ୍‌ସି ଏସ୍‌ଟି ସ୍କୁଲର ଗ୍ରାଉଣ୍ଡ ଜିରୋ ରିପୋର୍ଟକୁ ଅନୁଧ୍ୟାନ କଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ବାରିହୋଇ ପଡୁଛି।
ଅଭିଭାବକଙ୍କୁ ନ ଡାକି ସମାବେଶ : ଟାକରା ହାଇସ୍କୁଲରେ ଗୁରୁବାର ଅଭିଭାବକ ଆମର ଅଂଶୀଦାର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମେ ଜାଣିବା ଓ ଆମେ ଜିଣିବା ନେଇ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକମାନଙ୍କୁ ସୂଚନା ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ଏପରି କି ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଓ ସଭ୍ୟଙ୍କୁ ମଧ୍ୟ ସମାବେଶ ନେଇ ସୂଚନା ଦିଆଯାଇନାହିଁ। ଏନେଇ ଅଭିଭାବକ ପ୍ରତାପ କଅଁର କୁହନ୍ତି, ପୁଅ ନବମରେ ପଢ଼ୁଛି। ବହି ନ ମିଳିବାରୁ ବାହାରୁ କିଣିଲି। ଅନ୍ୟ ପିଲାମାନେ ବହି ପାଇଁ ହଇରାଣ ହେଉଛନ୍ତି। ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ବାନାମ୍ବର ନାୟକ କୁହନ୍ତି, ଅଭିଭାବକ ଆମର ଅଂଶୀଦାର ସମାବେଶକୁ ଆମକୁ ଡକାଯାଇନାହିଁ। ପ୍ରଧାନଶିକ୍ଷକ କାହିଁକି ଡାକି ନାହାନ୍ତି ମୁଁ ଜାଣିନି। ତେବେ ସମାବେଶ ନେଇ ନ ଡାକିବାର କାରଣ ଗତ ୯ ତାରିଖରେ ବୈଠକ ହୋଇପାରେ ବୋଲି ଅନୁମାନ କରୁଛି। ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ୪୦ ପ୍ରତିଶତ ଛାତ୍ରୀଛାତ୍ର ପାଠ୍ୟ ପୁସ୍ତକ ପାଇ ନ ଥିବା ଗତ ବୈଠକରେ ଉପସ୍ଥାପନ କରିଥିଲି। ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ପୁରୁଣା ନୂଆ ମିଶାଇ ପୁସ୍ତକ ଦିଆଯାଇଛି। ଏହାପରେ ପ୍ରଧାନଶିକ୍ଷକ ଛାତ୍ରୀଛାତ୍ରଙ୍କୁ ପଚରାଉଚୁରା ପରେ ବହି ମିଳି ନ ଥିବା ଜଣାପଡିଥିଲା। କମ୍ପୋଜିଟ୍‌ ଟ୍ୟାଙ୍କ ସମେତ ଉନ୍ନୟନ କାମ ନେଇ ଆଲୋଚନା ହୋଇଥିଲା। ଏଥିପାଇଁ ବୋଧେ ସେ ଉକ୍ତ ସମାବେଶକୁ ଡାକିନାହାନ୍ତି। ପ୍ରଧାନ ଶିକ୍ଷକ କୁହନ୍ତି, ୫ମାସ ହେଲା ସ୍କୁଲରେ ଯୋଗ ଦେଇଛି। ଅଭିଭାବକ ଆମର ଅଂଶୀଦାର ସମାବେଶକୁ ଆସିବା ପାଇଁ ସମସ୍ତ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଭ୍ୟ ଓ ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା। ହେଲେ ୩୦୯ ଅଭିଭାବକଙ୍କ ମଧ୍ୟରୁ ପ୍ରାୟ ୧୫୦ ଅଭିଭାବକ ଆସିଥିଲେ। ସବୁ ଅଭିଭାବକ ତ ଆସିବା ସମ୍ଭବ ନୁହେଁ। ପରିଚାଳନା କମିଟି ଅଧ୍ୟକ୍ଷଙ୍କ ଘରକୁ ଯାଇ ନିମନ୍ତ୍ରଣ କରିଛି। ଗତ ପରିଚାଳନା ବୈଠକରେ ମଧ୍ୟ ଅବଗତ କରାଇଥିଲି। ଅନ୍ୟପକ୍ଷେ ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ଅନୁଯାୟୀ ବହି ଆସି ନ ଥିଲା। ଏଣୁ ଗତ ବର୍ଷ ଛାତ୍ରୀଛାତ୍ରଙ୍କଠାରୁ ଆଦାୟ ହୋଇଥିବା କିଛି ପୁରୁଣା ବହି ମଧ୍ୟ ଛାତ୍ରୀଛାତ୍ରଙ୍କୁ ବଣ୍ଟନ କରାଯାଇଥିଲା। ପୁରୁଣା ବହି ବାଣ୍ଟିବା ଆଇନରେ ନ ଥିବାବେଳେ ପିଲାମାନଙ୍କ ପାଠକୁ ଦୃଷ୍ଟିରେ ରଖି ବଣ୍ଟନ ହୋଇଛି। ବହି ଉଇ ଖାଇବା ନେଇ କହିଥିଲେ କରୋନା କଟକଣା ସମୟରେ ବହୁ ବହି ଉଇ ଖାଇ ଯାଇଥିଲା। ବହିର ଆୟୁଷ ୧ବର୍ଷ। ଏବର୍ଷ କିଛି ଉଇ ଖାଇନି। ସ୍କୁଲର ପାଣି ସମସ୍ୟା, ପିଲା ନଦୀରେ ଗାଧୋଇବା, ବହି ସମସ୍ୟା ନେଇ ଜିଲା ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଇଛି। ଜିଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ କୁହନ୍ତି, ଟାକରା ହାଇସ୍କୁଲର ଛାତ୍ରୀଛାତ୍ର ବହି ନ ପାଇବା, ନଦୀରେ ଗାଧୋଇବା, ପାଣି ସମସ୍ୟା, ଅଭିଭାବକ ଆମର ଅଂଶୀଦାର ସମାବେଶରେ ସବୁ ଅଭିଭାବକ ଓ ପରିଚାଳନା କମିଟି ସଦସ୍ୟ ଓ ଅଧ୍ୟକ୍ଷଙ୍କୁ ନ ଡାକିବା ନେଇ ମୁଁ ଅବଗତ ନ ଥିଲି। ତେବେ ଏନେଇ ଆଲୋଚନା ପରେ ପଦକ୍ଷେପ ନେବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସେଲିବ୍ରିଟିଙ୍କୁ ମହାକାଶ ପଠାଇଲା ବ୍ଲୁ ଅରିଜିନ୍‌

ଓ୍ବାଶିଂଟନ,୧୪।୪:ପପ୍‌ ଗାୟିକା କେଟି ପେରୀ ଏବଂ ଆମେରିକୀୟ ଟିଭି ବ୍ୟକ୍ତିତ୍ୱ ଗେଲେ କିଙ୍ଗ୍‌ଙ୍କ ସମେତ ୬ ମହିଳା ସେଲିବ୍ରିଟିଙ୍କୁ ନେଇ ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ୍‌ର...

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ଭାଜପା ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଭାଜପା ତରଫରୁ ବ୍ଲକ୍‌ସ୍ତରୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଜୟନ୍ତୀ ଡୁମୁରିଆ ପଞ୍ଚାୟତ ନୂଆଗାଁରେ...

ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ

ପାଟଣା,୧୪ା୪(ବୀର କିଶୋର ଦାଶ): ମହା ବିଷୁବ ସଂକ୍ରାନ୍ତି, ଶ୍ରୀ ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ସକାଶେ ସୋମବାର କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ହନୁମାନ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image