Posted inଫୁରସତ

ରକେଟ୍‌ ସ୍ପିଡ୍‌ରେ ପଢ଼ନ୍ତି …

ପରୀକ୍ଷା ବେଳେ ଅନେକଙ୍କର ଇଚ୍ଛା ହୁଏ ଏମିତି ହୁଅନ୍ତା କି ବହିର ପୃଷ୍ଠା ଓଲଟେଇ ଦେବାମାତ୍ରେ ସବୁ ପୃଷ୍ଠା ଫଟାଫଟ୍‌ ପଢିହେଇ ଯାଆନ୍ତା ଓ ସବୁ ମନେ ରହିଯାଆନ୍ତା। ହେଲେ ଏଭଳି କ’ଣ କେବେ ସମ୍ଭବ? ମଣିଷ କ’ଣ ରୋବୋ ଯେ ଏଭଳି ହୋଇପାରିବ? ତେବେ ଏଭଳି ଚମତ୍କାର କରିବା ଜଣେ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ହୋଇପାରିଛି। ସେଥିପାଇଁ ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛି। ସେ ହେଉଛନ୍ତି ଆମେରିକାର ହାଓ୍ବାର୍ଡ ଷ୍ଟିଫେନ୍‌ ବର୍ଗ। ସେ ଏକ ମିନିଟ୍‌ରେ ୮୦ ପୃଷ୍ଠା ଅବା ୨୫୦୦୦-୩୫୦୦୦ ଶବ୍ଦ ପଢିପାରନ୍ତି। ହାଓ୍ବାର୍ଡ ୩୦୦୦୦ରୁ ଊର୍ଦ୍ଧ୍ୱ ବହି ପଢିଛନ୍ତି। ସେ କୁହନ୍ତି, ପୃଷ୍ଠାର ଆକାର ଓ ଫଣ୍ଟ ସାଇଜ୍‌ ଉପରେ ନିର୍ଭର କରେ କେତେ ପଢିପାରିବି। ଯଦି ବଡ଼ ପୃଷ୍ଠାରେ ଛୋଟ ଫଣ୍ଟରେ ଲେଖା ଯାଇଥାଏ ତେବେ ଅଧିକ ଶବ୍ଦ ଗୋଟିଏ ପୃଷ୍ଠାରେ ଥାଏ, ଯାହାଫଳରେ ଅଧିକ ଶବ୍ଦ ଖୁବ୍‌ କମ୍‌ ସମୟରେ ପଢିହେବ। ଏଭଳି ଦ୍ରୁତବେଗରେ ପଢିବାର ଶୈଳୀକୁ ପରଫେକ୍ଟ କରିବା ପାଇଁ ହାଓ୍ବାର୍ଡଙ୍କୁ ୩୫ ବର୍ଷ ଲାଗି ଯାଇଥିଲା। ଖୁବ୍‌ ଅଭ୍ୟାସ କରି ସେ ଏ ସ୍ତରରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବାହାଘର ପ୍ରସେଶନ: ହଠାତ କାଟିପକାଇଲେ ଯୁବକଙ୍କ ପାପୁଲି

ବେଗୁନିଆପଡା,୨୧।୪(ସୁଶାନ୍ତ ପଟ୍ଟନାୟକ): ବାହାଘର ପ୍ରସେଶନ ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଯୁବକଙ୍କ ହାତ ପାପୁଲି ଛିଣ୍ଡ ଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଘଟିଛି ଗଞ୍ଜାମ...

ମନ୍ଦିର ଯାଇ ଦୀପରୁ ଦୀପ ଲଗାଉଛନ୍ତି କି? ଜାଣନ୍ତୁ ଏପରି କରିବା କାହିଁକି ଭୁଲ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଅସମ୍ଭାଳ ତାତି, ଜନ ଜୀବନ ଅସ୍ତବ୍ୟସ୍ତ

ଧରାକୋଟ,୨୧ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଅଞ୍ଚଳରେ ୪ ଦିନ ଧରି ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି। ୧୦ଟା ପରେ ବାହାରକୁ ବାହାରିବା...

ପୋଲିସର ସ୍ପେଶାଲ ଡ୍ରାଇଭ୍‌: ୨୬ ନାବାଳିକାଙ୍କୁ ଉଦ୍ଧାର

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ): ସାରା ରାଜ୍ୟରେ ଶିଶୁ ଅପହରଣ ଓ ନିଖୋଜ ନେଇ ଚହଳ ପଡିଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ନିଖୋଜ ଶିଶୁଙ୍କୁ ଠାବ କରି...

ହର୍ଷ ଭୋଗଲେ, ସାଇମନ ଡୌଲଙ୍କୁ ରେଡ୍-ଫ୍ଲାଗ୍, BCCIକୁ ଚିଠି ଲେଖିଲା ବୋର୍ଡ: ରିପୋର୍ଟ

ନୂଆଦିଲ୍ଲୀ,୨୧।୪: ଅନେକ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ଦଳର ଅଧିନାୟକ ଏବଂ କୋଚମାନଙ୍କଠାରୁ ଘରୋଇ ପିଚ୍ କ୍ୟୁରେଟରଙ୍କ ବିରୁଦ୍ଧରେ ଅଭିଯୋଗ ଆସିବା ପରେ, କ୍ରିକେଟ ଆସୋସିଏସନ...

ବିଜେଡିକୁ ନେଇ ବଡ଼ କଥା କହିଦେଲେ ଅମର: ପୁରା ରାଜନୀତିରେ ହଇଚଇ

ଭୁବନେଶ୍ୱର,୨୧।୪: ବିଜେଡି କନ୍ଦଳକୁ ନେଇ ବରିଷ୍ଠ ନେତା ଅମର ଶତପଥୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେଡିରେ ଯାହା ଚାଲିଛି ଠିକ ଚାଲିନି, ମୁଁ...

କାଳବୈଶାଖୀର ତାଣ୍ଡବ: ଗଛ ପଡ଼ି ଭାଙ୍ଗିଲା ଘର

ଲାଞ୍ଜିଗଡ଼,୨୦ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଗଛ ପଡି ଦୁଇଟି ଘର...

‘କିଛି କଟାକ୍ଷ ସମସ୍ତଙ୍କ ଜୀବନର ଅଂଶ’ : ଶ୍ୱଶୁରଙ୍କ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ,୨୧।୪: ଜଣେ ମହିଳାଙ୍କ ଶ୍ୱଶୁରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୯୮ଏ ଅନୁଯାୟୀ ହୋଇଥିବା ମାମଲାକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image