‘ରୁଷିଆର ଆକ୍ରମଣାତ୍ମକ ଆଚରଣକୁ ଉଚିତ୍‌ ଜବାବ ଦିଆଯିବ’

ଓ୍ବାଶିଂଟନ,୮ା୧: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ସୀମାରେ ରୁଷିଆ ସୈନିକଙ୍କ ଚାପ ବୃଦ୍ଧି ପାଇଁ ୟୁକ୍ରେନ ଏକ କୂଟନୈତିକ ସମାଧାନ କରିଛି। ଏହା ମଧ୍ୟ ଯଥାର୍ଥ, କିନ୍ତୁ ରୁଷିଆର ଆକ୍ରମଣାତ୍ମକ ଆଚରଣକୁ ନାଟୋ ଉପଯୁକ୍ତ ଉତ୍ତର ଦେବାକୁ ପ୍ରସ୍ତୁତ। ଆଗାମୀ ସପ୍ତାହରେ ୟୁକ୍ରେନ ଉପରେ ରୁଷିଆ ଏକ କୂଟନୈତିକ ସମାଧାନ ବାଛିପାରେ ବୋଲି ବ୍ଲିଙ୍କେନ କହିଛନ୍ତି। ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଆମେରିକା କେବେ ବି ତା’ ଲକ୍ଷ୍ୟରୁ ବିଚ୍ୟୁତ ହେବ ନାହିଁ।

ରୁଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପୂର୍ଣ୍ଣ ବଳ ସହ ଜବାବ ଦେବାକୁ ମିଳିତ ମଞ୍ଚ ପ୍ରସ୍ତୁତ। କୂଟନୈତିକ ସମାଧାନ ଏପର୍ଯ୍ୟନ୍ତ ସମ୍ଭବ। ରୁଷିଆ ଏହାକୁ ବାଛିଲେ ଭଲ ହେବ। ଆମେ ଏହି ପ୍ରସଙ୍ଗରୁ ବିଚ୍ୟୁତ ହେବୁ ନାହିଁ, କାରଣ ୟୁକ୍ରେନରେ ଯାହା ଘଟୁଛି ତାହା କେବଳ ୟୁକ୍ରେନ ପାଇଁ ନୁହେଁ। ପ୍ରାୟତଃ ମସ୍କୋ ଦ୍ୱାରା ପରିଚାଳିତ ଅସ୍ଥିରତା ଏବଂ ବେଆଇନ ଆଚରଣର ଏହା ଏକ ଅଂଶ।

Share