Categories: ବାଣିଜ୍ୟ

ରିୟଲ ଜିଡିପି ୧୧% ବଢ଼ିବ

ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତର ରିୟଲ ଜିଡିପି ପ୍ରାୟ ୧୧% ବଢ଼ିପାରେ। ଆର୍ଥିକ ସୁଧାର ତ୍ୱରାନ୍ବିତ ହେଉଥିବାରୁ ଅଭିବୃଦ୍ଧି ମଧ୍ୟ ଫେରିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ବ୍ରିକ୍‌ଓ୍ବାର୍କ ରେଟିଂ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ କଟକଣା କୋହଳ ହେବା ପରେ ଆର୍ଥତ୍କ କାର୍ଯ୍ୟକଳାପ ଧୀରେ ଧୀରେ ସୁଧାର ହେଉଛି। ଚଳିତ ଆର୍ଥିକ ବର୍ଷରେ ଜିଡିପି ୭.୭% ଖସିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ଅନୁମାନ କରାଯାଇଛି। ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଭାଗରେ ଜିଡିପି ଅଭିବୃଦ୍ଧି ଉନ୍ନତ ହେବା ନେଇ ଆକଳନ କରାଯାଇଛି। ଯେଉଁ ପ୍ରଭାବିତ କ୍ଷେତ୍ରଗୁଡିକରେ ଖର୍ଚ୍ଚକୁ ସରକାର ବେଶି ଗୁରୁତ୍ୱ ଦେଉନାହାନ୍ତି ଉକ୍ତ କ୍ଷେତ୍ରଗୁଡିକରେ ଅଭିବୃଦ୍ଧି ଫେରିବା ବିଳମ୍ବ ହେବା ନେଇ ଅନୁମାନ କରାଯାଇଛି। ସାରା ଦେଶରେ ଭାକ୍ସିନ ଦେବା ପ୍ରକ୍ରିୟା ହାତକୁ ନେବାକୁ ସରକାର ଘୋଷଣା କରିଛନ୍ତି। ଫଳରେ ଆସନ୍ତା ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ଭଲ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି।

Share