Categories: ଫୁରସତ

ପତ୍ନୀ-ପ୍ରେମିକା ସହ ଭାଗ ବାଣ୍ଟି ରହୁଥିଲେ ଯୁବକ

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଭାଗ ଭାଗ କରି ଖୁସିରେ ରହୁଥିଲେ ପତ୍ନୀ ଓ ପ୍ରେମିକଙ୍କ ସହ। ସେ ସପ୍ତାହକୁ ୩ ଦିନ ଲେଖାଏ ପତ୍ନୀ ଓ ପ୍ରେମିକା ସହ ରହୁଥିଲେ। ବଳକା ଗୋଟେ ଦିନ ତାଙ୍କୁ ମିଳୁଥିଲା ଛୁଟି। ୯୦ ଦଶକର ବଲିଉଡ୍‌ ହିଟ ଫିଲ୍ମ ‘ଘରଓ୍ବାଲି ବାହାରଓ୍ବାଲି’ର କାହାଣୀ ଭଳି ଲାଗୁଛି।

ରାଞ୍ଚିର କୋକାର ତିରିଲ ରୋଡ୍‌ରେ ରହୁଥିବା ବିବାହିତ ଯୁବକ ରାଜେଶ ମାହାତୋ ସିଙ୍ଗଲ୍‌ ଥିବା ଦର୍ଶାଇ ଅନ୍ୟ ଜଣେ ଯୁବତୀଙ୍କ ସହ ରିଲେଶନଶିପ୍‌ରେ ଥିଲେ। ଗତ ଜାନୁୟାରୀରେ ପତ୍ନୀ ଓ ଛୁଆଙ୍କୁ ଛାଡ଼ି ପ୍ରେମିକାଙ୍କ ସହ ଫେରାର ହୋଇଯିବା ପରେ ଘଟଣା ଆସିଥିଲା ସାମ୍ନାକୁ।

ପ୍ରଥମ ସ୍ତ୍ରୀ ଥାନରେ ଅଭିଯୋଗ କରିଥିଲେ। ପ୍ରେମିକାଙ୍କ ଘର ଲୋକେ ଆଣିଥିଲେ ଝିଅର ଅପହରଣ ଅଭିଯୋଗ। ପୋଲିସ ରାଜେଶଙ୍କୁ ଧରିବା ପରେ ପ୍ରେମିକା ଜାଣିବାକୁ ପାଇଲେ ସେ ଆଗରୁ ବିବାହିତ। ଏହାପରେ ସେମାନଙ୍କ ବିବାହ ହୋଇ ସାରିଥିବା ଅଭିଯୋଗ ଆଣିଥିଲେ ପ୍ରେମିକା।

ପ୍ରେମିକା ଓ ସ୍ତ୍ରୀ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଏହି ବିବାଦର ସମାଧାନ ପାଇଁ ପୋଲିସ ରାଜେଶକୁ ସପ୍ତାହର ୩ ଦିନ ସ୍ତ୍ରୀ ସହ ଓ ଆଉ ୩ ଦିନ ପ୍ରେମିକା ସହ ରହିବାକୁ ଦେଇଥିଲେ ପରାମର୍ଶ। ଗୋଟେ ଦିନ ତାଙ୍କୁ ଛୁଟି ଦେବାକୁ ମଧ୍ୟ କଥା ହୋଇଥିଲା। ଏଥିରେ ରାଜି ହେବା ସହ ଅଫିସିଆଲ ହସ୍ତାକ୍ଷର କରିଥିଲେ ଉଭୟ ପକ୍ଷ। ମାତ୍ର କିଛି ଦିନ ପରେ ଯୁବକଙ୍କ ବିରୋଧରେ ପ୍ରେମିକା ପ୍ରତାରଣା ଓ ମିଛ ପ୍ରତିଶ୍ରୁତି ଅଭିଯୋଗ କରିଥିଲେ। କୋର୍ଟରେ ମାମଲା ପହଞ୍ଚିବା ପରେ ରାଜେଶଙ୍କ ବିରୋଧରେ ଜାରି ହୋଇଛି ଗିରଫ ଓ୍ବାରେଣ୍ଟ।

Share