Categories: ବାଣିଜ୍ୟ

ରିଅଲ୍‌ମି ନାର୍‌ଜୋ ଏନ୍‌ ୫୫ ଉନ୍ମୋଚିତ

ନୂଆଦିଲ୍ଲୀ,୧୫।୪: ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ରିଅଲ୍‌ମିର ନାର୍‌ଜୋ ଏନ୍‌୫୫ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୬୪ଏମ୍‌ପି କ୍ୟାମେରା ଓ ୩୩ ୱାଟ୍‌ ଚାର୍ଜିଂକୁ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି। ଏଥିରେ ମିନି କ୍ୟାପ୍‌ସୁଲ ଫିଚର ମଧ୍ୟ ରହିଛି, ଯାହା ୩ଟି ଗୁରୁତ୍ୱପୂର୍ଣ୍ଣ ଫିଚର, ଚାର୍ଜ ନୋଟିଫିକେଶନ, ଡାଟା ୟୁସେଜ୍‌ ନୋଟିଫିକେଶନ ଓ ଷ୍ଟେପ୍‌ ନୋଟିଫିକେଶନ ପ୍ରଦାନ କରୁଛି। ସେହିଭଳି ରିଅଲ୍‌ମି ନାର୍‌ଜୋ ଏନ୍‌୫୫ରେ ଥିବା ବିଶାଳ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ଉପଭୋକ୍ତାଙ୍କୁ ଦୀର୍ଘସ୍ଥାୟୀ ପାୱାର ପ୍ରଦାନ କରୁଛି। ଏହି ସ୍ମାର୍ଟଫୋନ୍‌ ୩୩ ୱାଟ୍‌ ସୁପରଭିଓଓସି ଚାର୍ଜିଂ ସଲ୍ୟୁଶନ ସହ ଆସୁଛି ଯାହା ଶୀଘ୍ର ଚାର୍ଜିଂ ସୁବିଧା ଦେବା ପାଇଁ ହାଇ-ଭୋଲ୍‌ଟେଜ୍‌, ଲୋ-କରେଣ୍ଟ ଚାର୍ଜିଂ ଟେକ୍ନୋଲୋଜିର ବ୍ୟବହାର କରୁଛି। ଏହା ୧୨ଜିବି ପର୍ଯ୍ୟନ୍ତ ଡାଇନାମିକ୍‌ ରାମ୍‌ ସହିତ ୪ଜିବି+୬୪ଜିବି ଓ ୬ଜିବି+୧୨୮ଜିବିର ଷ୍ଟୋରେଜ୍‌, ମିଡିଆଟେକ୍‌ ହେଲିଓ ଜି୮୮ ଚିପ୍‌ସେଟ୍‌, ୯୦ଏଚ୍‌ଜେଡ୍‌ ଏଫ୍‌ଏଚ୍‌ଡି+ ଡିସ୍‌ପ୍ଲେ ପ୍ରଦାନ କରୁଛି। ରିଅଲ୍‌ମି ନାର୍‌ଜୋ ଏନ୍‌୫୫ ଶକ୍ତିଶାଳୀ ଅପ୍‌ଗ୍ରେଡେଡ୍‌ ଫିଚର ଏବଂ ୪ଟି ପ୍ରମୁଖ କ୍ଷେତ୍ର ଚାର୍ଜିଂ, କ୍ୟାମେରା, ଷ୍ଟୋରେଜ୍‌ ଓ ଡିଜାଇନରେ ଅତ୍ୟାଧୁନିକ ବୈଷୟିକ ସୁବିଧା ସହିତ ବଜାରରେ ପ୍ରାଧାନ୍ୟ ବିସ୍ତାର କରିବା ପାଇଁ ପ୍ରସ୍ତୁତ ରହିଛି। ରିଅଲ୍‌ମି ନାର୍‌ଜୋ ଏନ୍‌୫୫ ଦୁଇଟି ଆକର୍ଷଣୀୟ ରଙ୍ଗ- ପ୍ରାଇମ୍‌ ବ୍ଲୁ ଓ ପ୍ରାଇମ୍‌ ବ୍ଲାକ୍‌ରେ ଉପଲବ୍ଧ ଏବଂ ଏହା ଦୁଇଟି ଭାରିଆଣ୍ଟରେ ୪ଜିବି+୬୪ଜିବି ଓ ୬ଜିବି+୧୨୮ଜିବି ପାଇଁ ଯଥାକ୍ରମେ ୧୦,୯୯୯ ଟଙ୍କା ଓ ୧୨,୯୯୯ ଟଙ୍କାରେ ଆସୁଛି।

Share