Categories: ବାଣିଜ୍ୟ

ରିଅଲ୍‌ମିର ନ୍ୟୁ ନାର୍‌ଜୋ ଏନ୍‌୫୩ ଉନ୍ମୋଚିତ

ନୂଆଦିଲ୍ଲୀ,୨୩।୫: ରିଅଲ୍‌ମିର ନୂଆ ସ୍ମାର୍ଟଫୋନ୍‌ ରିଅଲ୍‌ମି ନ୍ୟୁ ନାର୍‌ଜୋ ଏନ୍‌୫୩ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଉକ୍ତ ବ୍ରାଣ୍ଡ୍‌ ବର୍ତ୍ତମାନ ଭାରତୀୟ ବଜାରରେ ଉପଲବ୍ଧ ରହିଛି, ଯେଉଁଥିରେ ଏକ ପତଳା ଫର୍ମ ଫ୍ୟାକ୍ଟର ଓ ପରବର୍ତ୍ତୀ ପିଢ଼ିର ଉପଭୋକ୍ତାଙ୍କ ପାଇଁ ଅତ୍ୟାଧୁନିକ ଫିଚର ଅନ୍ତର୍ଭୁକ୍ତ ରହିଛି। ସେହିଭଳି ୩୩ୱାଟ୍‌ ଫାଷ୍ଟ୍‌ ଚାର୍ଜିଙ୍ଗ୍‌ ଟେକ୍ନୋଲୋଜି ଓ ୫୦ଏମ୍‌ପି ଏଆଇ କ୍ୟାମେରା ସହ ଆଧୁନିକ ବୈଶିଷ୍ଟ୍ୟ ସୁସଜ୍ଜିତ ରହିଛି। ଏ ସମ୍ପର୍କରେ ରିଅଲ୍‌ମି ନାର୍‌ଜୋର ବିଜ୍‌ନେସ ଡେଭ୍‌ଲପ୍‌ମେଣ୍ଟ ମ୍ୟାନେଜର ମନୀଷ କୁମାର ମିଶ୍ର କହିଛନ୍ତି, ଆମେ ଉକ୍ତ ସ୍ମାର୍ଟଫୋନ୍‌କୁ ବିକଶିତ କରିବା ସହ ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିବା ପାଇଁ ଆମାଜନ ସହ ମିଶି କାର୍ଯ୍ୟ କରିଛୁ, ଯାହା ଅତ୍ୟାଧୁନିକ ଫିଚର ସହିତ ଷ୍ଟାଇଲ୍‌ ଓ ଫଙ୍କଶନାଲିଟିକୁ ମଧ୍ୟ ସମ୍ମିଶ୍ରଣ କରୁଛି।

Share