Categories: ବାଣିଜ୍ୟ

ରିଅଲ୍‌ମିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୭:ରିଅଲ୍‌ମିର ନୂତନ ଉତ୍ପାଦଗୁଡିକର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷ କରି ଏହାର ଚାମ୍ପିୟନ୍‌ ସିରିଜ୍‌ରେ ନୂତନତମ ଯୋଗ ସହ ରିଅଲ୍‌ମି ସି୫୩ ଏବଂ ରିଅଲ୍‌ମି ପ୍ୟାଡ-୨ର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି ଅତ୍ୟାଧୁନିକ ଫିଚର, ଲିପ୍‌-ଫର୍‌ୱାର୍ଡ ଟେକ୍ନୋଲୋଜିକାଲ ଆଡ୍‌ଭାନ୍ସମେଣ୍ଟ୍‌ ଓ ଶକ୍ତିଶାଳୀ ପ୍ରଦର୍ଶନରେ ସୁସଜ୍ଜିତ ଏହି ଉପତ୍ାଦଗୁଡିକ ଶିଳ୍ପରେ ବିପ୍ଳବ ଆଣିବ ବୋଲି ବ୍ରାଣ୍ଡ୍‌ ପକ୍ଷରୁ କୁହାଯାଇଛି। ସେହିଭଳି ରିଅଲ୍‌ମି ସି୫୩ ସେଗମେଣ୍ଟ୍‌ର ପ୍ରଥମ ଓ ଏକମାତ୍ର ସ୍ମାର୍ଟଫୋନ୍‌, ଯାହାକି ୩ ଗୁଣ ଇନ୍‌-ସେନ୍ସର ଜୁମ୍‌ ସହିତ ୧୦୮ଏମ୍‌ପି ଅଲ୍‌ଟ୍ରା କ୍ଲିୟର କ୍ୟାମେରା, ୮ଏମ୍‌ପି ସେଲ୍‌ଫି କ୍ୟାମେରା ସହିତ ସୁସଜ୍ଜିତ ରହିଛି। ସେହିପରି ରିଅଲ୍‌ମି ପ୍ୟାଡ୍‌ ୨ ହେଉଛି ସେଗମେଣ୍ଟ୍‌ର ପ୍ରଥମ ଟାବ୍‌ଲେଟ୍‌ ଯେଉଁଥିରେ ୧୨୦ଏଚ୍‌ଜେଡ୍‌ ୨କେ ଡିସ୍‌ପ୍ଲେ ରହିଛି ।

Share