ନୂଆଦିଲ୍ଲୀ,୧୦।୧: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ରିଅଲ୍ମିର ନୂତନ ଉତ୍ପାଦ ନିକଟରେ ଉନ୍ମୋଚନ କରାଯାଇଛି। ଏପରିକି ଏହାର ୧୦ସିରିଜ୍ରେ ନୂଆ ସ୍ମାର୍ଟଫୋନ୍ ରିଅଲ୍ମି ୧୦ର ମଧ୍ୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ରିଅଲ୍ମି ଇଣ୍ଡିଆର ସିଇଓ ମାଧବ ସେଠ୍ କହିଛନ୍ତି, ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଯୁବପିଢିଙ୍କୁ ସଶକ୍ତ କରାଇବା ପାଇଁ ଆମର ପ୍ରତିବଦ୍ଧତାକୁ ଜାରି ରଖି ଆମେ ରିଅଲ୍ମି ୧୦ର ଶୁଭାରମ୍ଭ କରିଛୁ, ଯାହା ସ୍ମାର୍ଟଫୋନ ସେଗ୍ମେଣ୍ଟର ସବୁଠାରୁ ପତଳା ଡିଜାଇନ୍, ବେଟେ-ଇନ୍-କ୍ଲାସ୍ ଫିଚର ପ୍ରଦାନ କରୁଛି। ଏପରିକି କମ୍ପାନୀର ‘ଏପିକ୍ ପର୍ଫର୍ମାନ୍ସ ନ୍ୟୁ ଭିଜନ’ ଆଭିମୁଖ୍ୟ ସହ ରିଅଲ୍ମି ୧୦ଯୁବପିଢ଼ିଙ୍କୁ ସେମାନଙ୍କର ଆଧୁନିକ ଦିନର ଅଭିଳାଷଗୁଡ଼ିକୁ ପୂରଣ କରିବା ପାଇଁ ଅଧିକ ବିକଳ୍ପ ପ୍ରଦାନ କରି ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି।