ପଛ ଚକା ଫାଟି ଓଲଟିପଡ଼ିଲା ଟାଟାଏସି: ୧୦ ଗୁରୁତର, ୨ ଜଣଙ୍କ  ଜୀବନ ସଙ୍କଟାପର୍ଣ୍ଣ

ଜଳେଶର,୨୫।୭: ବାଲେଶ୍ୱର ଜିଲା  ୬୦ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ପଛ ଚକ ଫାଟଯିବାରୁ  ଶ୍ରମିକ ନେଇ ଆସୁଥିବା ଟାଟାଏସ ଗାଡ଼ିି ଓଲଟିପଡ଼ିଥିଲା। ଏଥିରେ  ୧୦ରୁ ଅଧିକ ଶ୍ରମିକ ଗୁରତର ଥିବାବେଳେ  ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସେମାନଙ୍କୁ ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ବର୍ତ୍ତମାନ ସମୟରେ ଧାନ ରୁଆ କାମ ଯୋରଦାର ଜାରି ରହିଥିବା ବେଳେ ମୟୂରଭଞ୍ଜ ଜିଲା  ବିଭିନ୍ନ ବ୍ଲକରୁ ବହୁ ଶ୍ରମିକ କାମ କରିବାକୁ ଜଳେଶର, ବସ୍ତା, ଭୋଗରାଇ ଓ ବାଲିଆପାଳ ଅଞ୍ଚଳକୁ ଆସିଥାନ୍ତି। ସକାଳୁ ମୟୂରଭଞ୍ଜ ଜିଲା ବାରମାଇଲ ଅଞ୍ଚଳରୁ ଓଡି ୧୧ ଆର ୮୩୭୧ଏନ ବିଶିଷ୍ଟ ଏକ ଟାଟା ଏସି ପାଖପାଖି ୪୨ଜଣ ଶ୍ରମିକଙ୍କୁ ନେଇ ଜଳେଶ୍ୱର ଓ କମର୍ଦ୍ଦା ଅଞ୍ଚଳକୁ ଧାନ ରୁଆ କାମ ପାଇଁ ଆସୁଥିଲା ବେଳେ  ସାଇରାମ ହୋଟେଲ ସମ୍ମୁଖରେ  ଗାଡ଼ିଟିର ପଛଚକା ଫାଟି ଯାଇଥିଲା। ଗାଡ଼ି ଦୃତଗତିରେ ଥିବାରୁ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।