ଆୟକର ଦାତାଙ୍କୁ ଆଶ୍ୱସ୍ତି: ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ନାହିଁ…

ନୂଆଦିଲ୍ଲୀ,୧।୨ : ୨୦୨୩ ବଜେଟରେ ଆୟକର ଦାତାଙ୍କୁ ଆଶ୍ପସ୍ତି ମିଳିଛି। ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ନ୍ୟୁ ଟ୍ୟାକ୍ସ ରିଜିମ ଅନ୍ତର୍ଗତ ଏହା ଆୟକର ଦାତାଙ୍କୁ ପ୍ରଦାନ କରାଯିବ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ୦-୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କୌଣସି ଟିକସ ଆଦାୟ କରାଯିବ ନାହିଁ। ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ପ୍ରତିଶତ ଟ୍ୟାକ୍ସ ଆଦାୟ କରାଯିବ । ୬-୯ ଲକ୍ଷ ଟଙ୍କା ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଏବଂ ୯-୧୨ ଲକ୍ଷ ଟଙ୍କା ଉପରେ ୧୫ ପ୍ରତିଶତ ଟ୍ୟାକ୍ସ। ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ିବ।

Share