Categories: ଜାତୀୟ

ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଆସାମ ବନ୍ୟାପୀଡ଼ିତଙ୍କୁ ୫୧ଲକ୍ଷ ଟଙ୍କା ସହାୟତା

ଗୁଆହାଟୀ,୨୯।୬: ଆସାମର ଗୁଆହାଟୀର ଟ୍ରାଡିସନ୍‌ ବ୍ଲୁ ହୋଟେଲରେ ଗତ ସପ୍ତାହରୁ ଡେରା ପକାଇଥିବା ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକମାନେ ରାଜ୍ୟର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ୫୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏନେଇ ବୁଧବାର ବିଦ୍ରୋହୀ ବିଧାୟକଙ୍କ ମୁଖପାତ୍ର ଦୀପକ କେସରକର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆସାମର କିଛି ଅଞ୍ଚଳରେ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଥିବା ବେଳେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ତାଙ୍କ ସହାୟତା ପାଇଁ ସିନ୍ଧେଙ୍କ ବିଦ୍ରୋହୀ ଗୋଷ୍ଠୀ ଆସାମ ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଗୁଆହାଟୀର ଏକ ବିଳାସପୂର୍ଣ୍ଣ ହୋଟେଲରେ ରହିବାର ସମାଲୋଚନା ପରେ ସିନ୍ଧେଙ୍କ ବିଦ୍ରୋହୀ ବିଧାୟକମାନେ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୁଧବାର ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

Share