ଇସଲାମାବାଦ୍, ୨୧।୧୦: ପାକିସ୍ତାନରେ ଏବେ ବିଦ୍ରୋହ ସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ କ୍ଷମତା ଚ୍ୟୁତ କରିବା ଲାଗି ୧୧ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍ଙ୍କ ଜ୍ୱାଇଁ ମହମ୍ମଦ ସଫଦରଙ୍କୁ ଗିରଫ କରାଯିବା ପରେ ସ୍ଥିତି ଅଧିକ ସଙ୍କଟ ଜନକ ହେବାରେ ଲାଗିଛି। ସଫଦରଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ଗିରଫ କରାଯାଇଛି, ସେନେଇ ପାକିସ୍ତାନ ସୈନ୍ୟ ବିଭାଗ ମୁଖ୍ୟ ଜେନେରାଲ କ୍ୱମର ଜାଭେଦ ବାଜଓ୍ବା ପ୍ରଶ୍ନ କରିଛନ୍ତି। ଏନେଇ ସିନ୍ଧ୍ର ପୋଲିସ ବିଭାଗ ଏବଂ ସୈନ୍ୟ ବାହିନୀ ତଥା ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ସଫଦରଙ୍କୁ ହୋଟେଲ କବାଟ ଭାଙ୍ଗି ଗିରଫ କରାଯାଇଥିବା ନଓ୍ବାଜ ଶରିଫ୍ଙ୍କ ମରୀୟମ୍ ନଓ୍ବାଜ ଶରିଫ୍ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ ଅସନ୍ତୁଷ୍ଟ ରହିଥିବା କୁହାଯାଉଛି।