Categories: ଜାତୀୟ

ବିଦ୍ରୋହର ପୁରସ୍କାର, ସିନ୍ଧେଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ଭାଜପା ପକ୍ଷରୁ ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏକ ସୂଚନାନୁସାରେ ଦେବେନ୍ଦ୍ର ପଡ଼ନଭୀସ ଶୁକ୍ରବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ସମ୍ଭାବନା ରହିଛି।

ଉଦ୍ଧବ ସରକାରରେ ବିଦ୍ରୋହ କରିଥିବା ଏକନାଥ ସିନ୍ଧେଙ୍କୁ ନୂଆ ସରକାରରେ ଭଲ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି। ବିଦ୍ରୋହର ପୁରସ୍କାର ସ୍ବରୂପ ନୂଆ ସରକାରରେ ସିନ୍ଧେଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବୀ ମିଳିବାର ଯୋଜନା ରହିଛି ବୋଲି କୁହାଯାଉଛି।

ଏହା ସହିତ ବିଦ୍ରୋହୀ ଗୋଷ୍ଠୀର କେତେକ ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ। ତେବେ କେଉଁ ସଦସ୍ୟଙ୍କୁ ମନ୍ତ୍ରୀ ପଦ ମିଳିବ ତାହାର ନିଷ୍ପତ୍ତି ଖୁବ୍‌ ଶୀଘ୍ର ଗ୍ରହଣ କରାଯିବ ବୋଲି କୁହାଯାଉଛି। ଫଡ଼ନଭୀସ ଏବଂ ସିନ୍ଧେଙ୍କ ମଧ୍ୟରେ ଆଲୋଚନା ପରେ ଏହା ସ୍ଥିରିକୃତ ହେବ।

Share