Categories: ଜାତୀୟ

ପଞ୍ଜାବ କଂଗ୍ରେସରେ ବିଦ୍ରୋହ: ୨୫ ବିଧାୟକ ଦିଲ୍ଲୀରେ…

ଚଣ୍ଡିଗଡ଼,୩୧।୫: ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସରକାରଙ୍କ ଉପରେ ଏବେ ବିପଦ ଘନେଇବାରେ ଲାଗିଛି। ରାଜ୍ୟ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହାଇକମାଣ୍ଡଙ୍କ ପାଖରେ ଅଭିଯୋଗ କରିବା ପାଇଁ ୨୫ ବିଧାୟକ ଦିଲ୍ଲୀରେ ପହଞ୍ଚିଛନ୍ତି। ରାଜ୍ୟରେ ୨୦୨୨ରେ  ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଶାସକ ଦଳରେ ଫାଟ ସୃଷ୍ଟି ହୋଇଥିବାରୁ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ହାଇକମାଣ୍ଡଙ୍କ ପକ୍ଷରୁ ୩ ଜଣିଆ ପ୍ୟାନେଲ ଗଠନ କରାଯାଇଛି। ରାଜ୍ୟର ମନ୍ତ୍ରୀ ଏବଂ ବିଧାୟକ ପ୍ୟାନେଲ ସମ୍ମୁଖରେ ସମସ୍ୟା ଉପସ୍ଥାପନ କରିବେ। ପ୍ରତି ନେତା ଜଣ ଜଣ କରି ନିଜର ଅଭିଯୋଗ ଜଣାଇବେ। ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କୁହାଯାଉଛି। ଜୁନ୍‌ ୪ରେ ଅମରିନ୍ଦର ସିଂ ପ୍ୟାନେଲ ସଦସ୍ୟଙ୍କ ସହିତ ସାକ୍ଷାତ୍‌ କରିବା ଲାଗି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।

Share