Categories: ଜାତୀୟ

ଉଦ୍ଧବଙ୍କ ଘରେ ବିଦ୍ରୋହ ! ଶିନ୍ଦେଙ୍କୁ ଭେଟିଲେ ବାଲାସାହେବ ଠାକରେଙ୍କ ବୋହୂ ସ୍ମିତା…

ମୁମ୍ବାଇ, ୨୭।୭ : ଶିବସେନା ବିଧାୟକମାନେ ବିଦ୍ରୋହ କରିବା ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ କ୍ଷମତା ହରାଇଥିଲେ। ଏବେ ଦଳ ତାଙ୍କ ହାତରୁ ବାହାରକୁ ଯାଉଥିବା ଚର୍ଚ୍ଚା ହେଉଛି। ଏହି ସମୟରେ, ଉଦ୍ଧବଙ୍କ ପରିବାରରେ ବିଦ୍ରୋହର ସ୍ବର ଶୁଣିବାକୁ ମିଳୁଛି। ପ୍ରକାଶ ଯେ, ବାଲାସାହେବ ଠାକରେଙ୍କ ବୋହୂ ସ୍ମିତା ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଭେଟିଛନ୍ତି। ସେବେଠାରୁ ରାଜନୈତିକ ମହଲରେ ଆଲୋଚନା ଚାଲିଛି। ବିଶେଷ କଥା ହେଉଛି ସ୍ମିଟା ଉଦ୍ଧବ ପରିବାରର ପ୍ରଥମ ସଦସ୍ୟ ଯିଏକି ଶିନ୍ଦେଙ୍କୁ ଭେଟିଛନ୍ତି।

ତେବେ ସ୍ମିତା ଠାକରେ ଏହାକୁ ସୌଜନ୍ୟମୂଳକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏକନାଥ ଶିନ୍ଦେ ଜଣେ ପୁରୁଣା ଶିବ ସୈନିକ, ଯିଏ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେଣୁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଆସିଥିଲି। ସେ କହିଥିଲେ, ମୁଁ ତାଙ୍କ କାମ ସମ୍ପର୍କ ବହୁ ବର୍ଷ ଧରି ଜାଣିଛି।

ଶିବସେନାରେ ବିଦ୍ରୋହ ସମ୍ପର୍କିତ ପ୍ରଶ୍ନ ନେଇ ସ୍ମୃତି ଚୁପ ରହିଛନ୍ତି। ସେ କହିଛନ୍ତି ମୁଁ ଏ ବିଷୟରେ କିଛି ଜାଣେ ନାହିଁ। ମୁଁ ଜଣେ ସାମାଜିକ କର୍ମୀ ଏବଂ ରାଜନୀତିରେ ମୋର କୌଣସି ରୁଚି ନୁହିଁ। ତେଣୁ ଦଳରେ କ’ଣ ଘଟୁଛି ସେ ବିଷୟରେ ମୁଁ ଅବଗତ ନୁହେଁ।

ସ୍ମିତା ଠାକରେ ବାଲ ଠାକରେଙ୍କ ବୋହୂ ଏବଂ ଜୟଦେବ ଠାକରେଙ୍କ ସ୍ତ୍ରୀ। ଜୟଦେବ ଠାକରେ ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ଦ୍ୱିତୀୟ ପୁତ୍ର। ସଡକ ଦୁର୍ଘଟଣାରେ ବାଲ ଠାକରେଙ୍କ ବଡ ପୁଅ ବିନ୍ଦୁ ମାଧବଙ୍କର ମୃତ୍ୟୁ ଘଟିଛି। ଦ୍ୱିତୀୟ ପୁତ୍ର ହେଉଛନ୍ତି ଜୟଦେବ ଠାକରେ। ସେହିପରି ତୃତୀୟ ପୁତ୍ର ହେଉଛନ୍ତିି ଉଦ୍ଧବ ଠାକରେ। ସୂଚନାନୁସାରେ, ଜୟଦେବ ଠାକରେ ସ୍ମିତାଙ୍କୁ ଛାଡପତ୍ର ଦେଇ ତାଙ୍କଠାରୁ ଅଲଗା ରହିବା ଆରମ୍ଭ କରିଥିଲେ।

Share