Categories: ଜାତୀୟ

ପୂର୍ବାଞ୍ଚଳର କିଛି ଆସନରେ ଅସନ୍ତୁଷ୍ଟ ବିଗାଡି ପାରନ୍ତି ସମୀକରଣ

ଲକ୍ଷ୍ନୌ,୧୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ ନଜର । ଏଠାରେ ନିର୍ବାଚନ ଲଢୁଥିବା ପ୍ରମୁଖ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ ସମାଜବାଦୀ ପାର୍ଟିକୁ ଅସନ୍ତୁଷ୍ଟଙ୍କ ଭୟ ଘାରିଛି । ଉଭୟ ଦଳର କେତେଜଣ ନେତାଙ୍କୁ ଟିକେଟ ନ ନେଇ ଦଳ ନୂଆ ଚେହେରାକୁ ସାମ୍ନାକୁ ଆଣିଥିବା ବେଳେ ଏଥିରେ ଅସନ୍ତୁଷ୍ଟ ହୋଇଥିବା ନେତାମାନେ ଅନ୍ୟ ଦଳରେ ସାମିଲ ହୋଇ ଟିକେଟ ହାତେଇଛନ୍ତି ତ ଆଉ କେତେଜଣ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଏମାନେ ପ୍ରମୁଖ ଦଳ ଭାଜପା ଓ ସମାଜବାଦୀ ପାର୍ଟି ପାଇଁ ବାଧା ହୋଇପାରନ୍ତି । ଏମାନଙ୍କ ଯୋଗୁ ବଡ ଦଳଙ୍କୁ କିଛି ଆସନ ହରାଇବାକୁ ପଡିପାରେ । ୨୦୧୭ରେ ବି ଏମିତି କେତେଜଣ ଅସନ୍ତୁଷ୍ଟଙ୍କ ପାଇଁ ଭାଜପା ଓ ସମାଜବାଦୀ ପାର୍ଟିଙ୍କୁ କିଛି କିଛି ଆସନ ହରାଇବାକୁ ପଡିଥିଲା ।
ସୂଚନାଯୋଗ୍ୟ, ପ୍ରମୁଖ ଦଳ ଗୁଡିକ କେତେଜଣ ବିଧାୟକଙ୍କ ଟିକେଟ କାଟି ନୂଆ ଚେହେରାଙ୍କୁ ସାମ୍ନାକୁ ଆଣିଛନ୍ତି । ଏହାସହ କିଛି ଦଳ ସହ ମେଣ୍ଟ ଯୋଗୁ କେତେଜଣ ଆଶୟୀଙ୍କ ଟିକେଟ ମଧ୍ୟ କଟିଛି । ଏଥିରେ ଅସନ୍ତୁଷ୍ଟ ହୋଇ ବର୍ଷ ବର୍ଷ ଧରି ଦଳ ପାଇଁ କାମ କରିଥିବା କେତେଜଣ ଅସନ୍ତୁଷ୍ଟ ଅନ୍ୟ ଦଳରେ ସାମିଲ ହୋଇଛନ୍ତି ନଚେତ ନିର୍ଦ୍ଦଳୀୟ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

Share