ରଙ୍ଗ ଢାଳି ଗ୍ରାଣ୍ଡ କେନାଲ ପାଣିକୁ ସବୁଜ କଲେ ବିଦ୍ରୋହୀ ଗୋଷ୍ଠୀ…

ଭେନିସ,୧୦।୧୨ : ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଜଳବାୟୁ ସମ୍ମିଳନୀରେ କାର୍ଯ୍ୟର ବିକାଶ ନ ହେଉଥିବାକୁ ବିରୋଧ କରି ଇଟାଲୀର ପରିବେଶ କାର୍ଯ୍ୟକର୍ତ୍ତାମାନେ ଶନିବାର ଭେନିସର ଗ୍ରାଣ୍ଡ କେନାଲରେ ରଙ୍ଗ ଢାଳି ଏହାର ପାଣିକୁ ସବୁଜ କରି ଦେଇଛନ୍ତି। ଏକ ବିଦ୍ରୋହ ଗୋଷ୍ଠୀର ସମର୍ଥକମାନେ କେନାଲ ଉପରେ ଥିବା ରିୟାଲ୍ଟୋ ବ୍ରିଜ ଉପରେ ବ୍ୟାନର ପ୍ରଦର୍ଶନ କରିଥିଲେ। ଏହି ବ୍ୟାନରରେ ଏହା ଲେଖାଯାଇଥିଲା, ସିଓପି-୨୮: ସରକାର କହୁଛନ୍ତି, ଆମେ ଏକ ସୂତା ଖିଅରେ ଝୁଲୁଛୁ ।

ଏହାର ପ୍ରତିବାଦରେ ଇଟାଲୀର ସହରଗୁଡ଼ିକରେ ଥିବା ଅନ୍ୟ ଛୋଟ କେନାଲ ଏବଂ ନଦୀଗୁଡ଼ିକୁ, ଉତ୍ତରରେ ତୁରିନ ପୋ ଠାରୁ ଦକ୍ଷିଣରେ ରୋମର ଟାଇବର ପର୍ଯ୍ୟନ୍ତ ସବୁଜ ରଙ୍ଗ କରି ଦିଆଯାଇଥିଲା। ବିଦ୍ରୋହୀ ଗୋଷ୍ଠୀ କହିଛି କିଛି ଘଣ୍ଟା ପରେ ପାଣିର ରଙ୍ଗ ପୂର୍ବ ଭଳି ହୋଇଯିବ। ସରକାର କଥାବାର୍ତ୍ତା କରୁଥିବାବେଳେ ବନ୍ୟା ଓ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ଏବଂ ପୀଡିତଙ୍କୁ ଆମେ ଆକଳନ କରୁଛୁ।

ଗୋଷ୍ଠୀ କହିଛି ସେମାନେ ଫ୍ଲୋରୋଶେନ ରଙ୍ଗ ବ୍ୟବହାର କରିଛନ୍ତି ଯାହା ଆଦୌ କ୍ଷତିକାରକ ନୁହେଁ। ଜଳରେ ବସ୍ତୁ ଚିହ୍ନଟ କରିବା ପାଇଁ ଏହା ବିଭିନ୍ନ ଶିଳ୍ପରେ ବ୍ୟବହୃତ ହୋଇଥାଏ। ଭେନିସ ମେୟର ଲୁଇଗି ବ୍ରୁଗନାରୋ ଏହାକୁ ନିନ୍ଦା କରିବା ସହ ବିକ୍ଷୋଭକାରୀଙ୍କୁ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦର୍ଶନ ଯୋଗୁଁ ଗ୍ରାଣ୍ଡ କେନାଲରେ ଅଧିକ ଡଙ୍ଗା ଚଳାଚଳ ମଧ୍ୟ ହୋଇଥିଲା।

Share