ଭାରତୀୟ ସୀମା ଅଞ୍ଚଳକୁ ଦଖଲ କରିବା ନେଇ ଜୁଣ୍ଟାର ଧମକ

ନାପିଦ୍ୱ,୧୬।୧୧: ଦୀର୍ଘ ଦୁଇବର୍ଷରୁ ଅଧିକ ଦିନ ଧରି ମ୍ୟାନମାର୍‌ ସେନା ଓ ବିଦ୍ରୋହୀ ଗୋଷ୍ଠୀ ଆଣ୍ଟି-ଜୁଣ୍ଟା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ମ୍ୟାନମାରର ଚିନ ରାଜ୍ୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏୟାର ଷ୍ଟ୍ରାଇକ୍‌ ଯୋଗୁ ମିଜୋରାମର ଅନ୍ତରାଷ୍ଟ୍ରୀୟ ସୀମାରୁ ୨ହଜାର ଶରଣାର୍ଥୀ ଭାରତକୁ ପଳାୟନ କରିଛନ୍ତି।
ତେବେ ଯୁଦ୍ଧ ଭିତରେ ପାହାଡି ସୀମାରେ ଥିବା ୨ଟି ସେନାର ଆଉଟପୋଷ୍ଟକୁ ବିଦ୍ରୋହୀ ଜୁଣ୍ଟା ଗୋଷ୍ଠୀ ନିଜ କବଜାକୁ ନେଇ ସାରିଛନ୍ତି। ଶକ୍ତିଶାଳୀ ସେନା ବିରୋଧରେ ଏହା ସେମାନଙ୍କର ବଡ ବିଜୟ ବୋଲି କୁହାଯାଉଛି।
ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଆଉଟପୋଷ୍ଟକୁ ଦଖଲ କରିବା ପରେ ଭାରତୀୟ ସୀମାର ଅଞ୍ଚଳକୁ ଦଖଲ କରିବୁ ବୋଲି ଜୁଣ୍ଟା ଗୋଷ୍ଠୀର ଜଣେ ଅଧିକାରୀ ଚେତାବନୀ ଦେଇଛନ୍ତି।

Share