କରୋନାର ଦ୍ୱିତୀୟ ଲହର ଏବେ ପୁରା ଦେଶକୁ ବେହାଲ କରି ଦେଇଛି। ଏମିତିକି ଦେଶର ଜିଡିପି ଅଭିବୃଦ୍ଧି ୭.୩ ପ୍ରତିଶତ ହ୍ରାସ ପାଇଛି। ସିଧା କଥାରେ କହିବାକୁ ଗଲେ ମହାମାରୀ ସମୟରେ ଲୋକଙ୍କ ଆୟ ବହୁମାତ୍ରାରେ କମିଛି। ବର୍ତ୍ତମାନ ଦେଶର ଅର୍ଥନୀତି ଯେଉଁଭଳି ଭାବେ ପ୍ରଭାବିତ ହୋଇଛି, ତାହା ଗତ ୪ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିନଥିଲା। ତେବେ ଏହାରି ଭିତରେ ଆଉ ଏକ ବଡ ରିପୋର୍ଟ ସାମ୍ନାକୁ ଆସିଛି। ଯାହା ଅତ୍ୟନ୍ତ ଚିନ୍ତାଜନକ।