ସୁପାରିସ

ଦେବେନ୍ଦ୍ର କର

ଅନେକ ପ୍ରୟାସରେ ବିଫଳ ହୋଇଥିବା ମଣିଷ ଜଣକ ବେଳେବେଳେ ସାହା ଖୋଜି ହୁଏ। ଦୟାପରବସରେ କେହି ମୋ ପାଇଁ ସୁପାରିସ କରି ଦିଅନ୍ତାନି ମୋ କାମଟା ତୁଟିଯାଆନ୍ତା। ମୁଁ କୋଉ ବଡ଼ ଲୋକ ସଂସ୍ପର୍ଶରେ ଥାଆନ୍ତି ଯଦି ସବୁ କାମ ମୋର ଚୁଟ୍‌କିରେ ହୋଇଯାଆନ୍ତା। ଏମିତି ଅନେକ କଥା ଭାବି ଭାବି ନିରାଶ ପଡ଼ିଯାଏ। କାହା ସପକ୍ଷରେ କିଛି ଅନୁକୂଳ ଅନୁରୋଧ ରକ୍ଷା କରିବା ଅର୍ଥ ସୁପାରିସ। ଏହା ଏକ ପାରସ୍ପରିକ ଲାଭଦାୟକ ଯୋଜନା। ସରକାରୀ ଦପ୍ତରମାନଙ୍କରେ ସୁପାରିସ ପ୍ରଥା କାହିଁ କେଉଁ କାଳରୁ ଚାଲି ଆସିଛି। ବିନା ସୁପାରିସରେ ଏଠି କୌଣସି କାମ ହୁଏନି। ଏ ପ୍ରଥା ଧୀରେ ଧୀରେ ଗ୍ରାସିଛି ବେସରକାରୀ ଅନୁଷ୍ଠାନକୁ। ଏଇଟା ବି ସତ ଯେ ବ୍ୟକ୍ତିଗତ ସ୍ବାର୍ଥ ସାଧନ ଦିଗରେ ସୁପାରିସ ଆଜି ଯଥେଷ୍ଟ ଅଧିକ ଅଗ୍ରଗତି କରିଛି। ସୁପାରିସର ମାଧ୍ୟମ ଦୁଇଟି, ଗୋଟିଏ ଟଙ୍କା ପଇସା ଅନ୍ୟଟି ଚିହ୍ନାଜଣା ଲୋକକୁ ହାତ କରି। ଏହି ଦୁଇଟି ଉପାୟ ଆପଣେଇଲେ ଅସମ୍ଭବ କାମ ବି ସମ୍ଭବ ହୁଏ।
ପୂର୍ବରୁ ଆମ ମୁଣ୍ଡରେ ଗୋଟିଏ କଥା ବସା ବାନ୍ଧିଥିଲା ସରକାରୀ ଅନୁଷ୍ଠାନରେ କିଛି ବି କାମ ପଡ଼ିଲେ କାହାକୁ ତୋଷମଦ କର ନ ହେଲେ ଧାଡ଼ିରେ ଗୋଡ଼ଭାଙ୍ଗି ଛିଡ଼ାହୁଅ। ଏଣୁ ବେସରକାରୀ ଅନୁଷ୍ଠାନକୁ ସର୍ବୋତ୍ତମ ଭାବି ଆଦରିବାକୁ ଲାଗିଲୁ ।
ହେଲେ ନା ଏଠି ବି ସେଇ ସମଦଶା। ଏଣୁ ପାଖରେ ଟଙ୍କା ଥାଇ ବି କିଛି ଲାଭ ନାହିଁ ଯଦି ଚିହ୍ନାଜଣା ବିଶ୍ୱସ୍ତ କେହି ନାହିଁ। ସ୍ବାର୍ଥାନ୍ଧ ଦୁନିଆରେ ବିନା ସ୍ବାର୍ଥରେ କିଏ କାହା ପାଇଁ ସୁପାରିସ କରିବ ଯେ। ଦି’ପଇସା ଲାଭ ଥିଲେ ଅନେକ ହିତାକାଂକ୍ଷୀ ଆଗେଇ ଆସିଥିବେ। ଶୀତତାପ ନିୟନ୍ତ୍ରିତ ଦପ୍ତର ଭିତରେ ବସିଥିବା ବାବୁ କି ବୁଝନ୍ତି ବାହାରେ ଝାଳନାଳରେ ଅଧିଆ ପଡ଼ିଥିବା ଲୋକର ଦୁଃଖ। ବାବୁ ଟଙ୍କା ଚିହ୍ନନ୍ତି, ମଣିଷ ନୁହେଁ। ବାବୁଙ୍କ ପିଏ ବା ପାଖ ଲୋକର ସ୍ବର ଆହୁରି ଦମ୍ଭ ଆଉ ଗମ୍ଭୀର। ସରକାରଙ୍କଠାରୁ ମୋଟା ଅଙ୍କର ଦରମା ପାଇବେ ଆଉ ସେଥିରେ ପୁଣି ଉପୁରି କମେଇବାର ଲାଳସା। ବାବୁମାନେ ଭୁଲି ଯାଅନି ତୁମେ ମାନେ ସେବକ, ସେବା ବଦଳରେ ତୁମେ ଦରମା ପାଉଛ ସେ ପୁଣି ମୋଟା ଅଙ୍କର। ଏ ସବୁ ସୁବିଧା ସମ୍ଭବ ହେଉଛି କେବଳ ଦପ୍ତର ବାହାରେ ଛିଡ଼ା ହୋଇଥିବା ସେଇ ମଳିମୁଣ୍ଡିଆ ଲୋକଟିର ଟିକସ ରାଶିରେ। ସେମାନେ ଭୁଲି ଯାଉଛନ୍ତି ଉତ୍କୋଚ ବା ଲାଞ୍ଚ ନେଇ ନିଜେ ବିକ୍ରି ହେଉଛନ୍ତି ସେଇ ନିରୀହ ଲୋକଙ୍କ ପାଖରେ।
ଆଜିର ସମୟରେ ସବୁଠିଁ ଚିହ୍ନା ପରିଚିତ ଲୋକ ନିହାତି ଜରୁରୀ। କାହା ମାର୍ଫତରେ ଟିକେ ସୁପାରିସ କରିଦେଲେ ଅସମ୍ଭବ କାମ ସମ୍ଭବ ହେଇଯାଏ। ଆଉ ସୁପାରିସ ପାଇଁ ଲୋଡ଼ା ଖର୍ଚ୍ଚପାଣି ବା ହାତଗୁଞ୍ଜା। ବାସ୍‌ ତା’ପରେ ଚୁପ ହୋଇ ବସିପଡ଼ କାମ ତା’ ବାଟରେ ନିଶ୍ଚିତ ସମାଧାନ ହେବ। ଏମିତିରେ ତ ଲାଞ୍ଚ ବା ଉତ୍କୋଚ ବିରୁଦ୍ଧରେ ସମସ୍ତେ ଲୋକ ଦେଖାଣିଆ ମୁହଁ ଖୋଲନ୍ତି ହେଲେ ଲୁଚାଛପାରେ ସବୁ ଚାଲିଛି। ସରକାରୀ ଦପ୍ତରରେ ଦସ୍ତଖତ କି ଷ୍ଟାମ୍ପ ଗୋଟେ ପାଇଁ କାହିଁରେ କେତେ ତୋଷମଦ ତା’ର ଠିକ ଠିକଣା ନାହିଁ। ଦୌଡ଼ି ଦୌଡ଼ି ଚପଲ ଘୋରି ହୋଇଯାଏ ପଛେ କାମ ରହିଯାଏ ଅସମ୍ପୂର୍ଣ୍ଣ। କୌଣସି କାର୍ଯ୍ୟାଳୟର ଭିଡ଼ ଗହଳିରେ କେହି ଯେବେ ଚିହ୍ନା ପରିଚିତ ଲୋକ ମିଳିଯାଏ ମନ ଆନନ୍ଦରେ ନାଚି ଉଠେ ଛାତି ହୋଇଯାଏ କୁଣ୍ଢେମୋଟ। ଏଇଟା ସତ ଯେ ଆଜିର ବ୍ୟସ୍ତ ବହୁଳ ଦୁନିଆରେ ନୀତି ନିୟମ କାଇଦା କଟକଣାକୁ କିଏ ଦେଖୁଚି ସହଜ ସରଳ ବାଟରେ କାମ ତୁଟିଗଲେ କଥା ଶେଷ। ଅନେକ ସମୟରେ ସାମ୍ନାରୁ ଯାହା ସହଜ ମନେହୁଏ ସେମିତି ହୋଇ ନ ଥାଏ। ଟିକେ ଭିତିରି ରହସ୍ୟ ବୁଝୁବୁଝୁ ମାଲୁମ ହୁଏ ଆରେ ଏଥିରେ ତ ନାନା ଫନ୍ଦିଫିକର। ଆଉ ସେତେବେଳକୁ ଛନ୍ଦି ହୋଇଯାଇଥାଏ ମଣିଷ। ଏଠି କିଏ କେଉଁ ପ୍ରକାରେ ଲକ୍ଷ୍ୟ ଉଦ୍ଦେଶ୍ୟ ପୂରଣ କରିବାକୁ ତତ୍ପର ଜାଣିବା ବଡ଼ ମୁସ୍କିଲ। ଏପଟେ ଆଶା ଆକାଂକ୍ଷା ନେଇ ଜଣେ ଚାହିଁ ରହିଥିବ ସେପଟେ ଆଉ ଜଣେ ଧରାଧରିକରି ହାତେଇ ନେଇଥିବ। ସରଳ ଆଉ ସହଜ ବାଟରେ ପାଇଯିବାକୁ ବର୍ତ୍ତମାନ ଚାଲିଛି ପ୍ରତିଯୋଗିତା। ସାମାନ୍ୟ କିଛି ହାତଗୁଞ୍ଜା ଦେଲେ ନ ହେଉ ଥିବା କାମ ହୋଇଯାଉଛି ଆଉ ପୁଣି କେଉଁଠି ସୁପାରିସ କ୍ରମରେ। ସମାଜରେ ଆଜି ତେଲିଆ, ଚାଟୁକାର, ଲାଞ୍ଚୁଆଙ୍କ ସଂଖ୍ୟା ଢେର ଅଧିକ, ଏହି ବହୁରୂପୀ ଦଳ ସୁପାରିସ ଆଳରେ ଲୋକଙ୍କୁ ଖୁବ୍‌ ଲୁଟୁଛନ୍ତି।
ମଙ୍ଗଳାବାଗ, ନିୟୋଗି କଲୋନି, କଟକ, ମୋ: ୯୯୩୭୯୬୩୯୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri