Posted inଜାତୀୟ

୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମ ସୁପାରିଶ…

ନୂଆଦିଲ୍ଲୀ,୪।୯: ଦେଶର ୧୨ଟି ହାଇକୋର୍ଟରେ ବିଚାରପତିଙ୍କୁ ନିଯୁକ୍ତ କରାଯିବାଲାଗି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ଗଠିତ ହୋଇଥିବା ୩ ଜଣିଆ କଲେଜିୟମ୍‌ ୬୮ଜଣଙ୍କ ନାମ ସୁପାରିଶ କରିଛନ୍ତି। ପ୍ରଧାନ ବିଚାରପତି ଏନ.ଭି ରମନାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କଲେଜିୟମ୍‌ରେ ଜଷ୍ଟିସ ୟୁ .ୟୁ. ଲଲିତ ଏବଂ ଜଷ୍ଟିସ ଏ.ଏମ. ଖାନୱିଲକର ମଧ୍ୟ ସାମିଲ ରହିଛନ୍ତି।

ଆହ୍ଲାବାଦ, ରାଜସ୍ଥାନ, କୋଲକାତା, ଝାଡଖଣ୍ଡ, ଜମ୍ମୁ-କଶ୍ମୀର, ମାଡ୍ରାସ, ମଧ୍ୟପ୍ରଦେଶ, କର୍ନାଟକ, ପଞ୍ଜାବ ଏବଂ ହରିୟାଣା, କେରଳ, ଛତିଶଗଡ ଏବଂ ଆସାମ ଆଦି ହାଇକୋର୍ଟରେ ଏସବୁ ବିଚାରପତିମାନେ ନିଯୁକ୍ତ ହେବେ।

ଅଗଷ୍ଟ୨୫ ଏବଂ ସେପ୍ଟେମ୍ବର ୧ ରେ ଅନୁଷ୍ଠିତ ବୈଠକରେ କଲେଜିୟମ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଉପରେ ବିଚାର କରିଥିଲେ। ସେଥିମଧ୍ୟରେ ବାରରୁ ୮୨ ଜଣ ଏବଂ ନ୍ୟାୟିକ ସେବାରୁ ୩୧ ଜଣ ରହିଥିଲେ। ସୁପାରିଶ ହୋଇଥିବା ନାମଗୁଡିକ ମଧ୍ୟରେ ୪୪ ଜଣ ବାରରୁ ଥିବାବେଳେ ଏବଂ ୨୪ ଜଣ ଜୁଡିସିଆଲ ସର୍ଭିସରୁ ରହିଛନ୍ତି।

ଅନୁସୂଚିତ ଜନଜାତିର ଜଣେ ମହିଳା ନ୍ୟାୟିକ ଅଧିକାରୀ ମାର୍ଲୀ ଭାନକଙ୍ଗଙ୍କୁ ଗୌହାଟି ହାଇକୋର୍ଟକୁ ପଦୋନ୍ନତ୍ତି କରିବା ପାଇଁ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଛି। ସେ ମିଜୋରାମର ପ୍ରଥମ ହାଇକୋର୍ଟ ବିଚାରପତି ହେବେ। ତାଲିକାରେ ୧୦ ଜଣ ମହିଳା ଅଛନ୍ତି ଯେଉଁମାନଙ୍କର ପଦୋନ୍ନତ୍ତି ଲାଗି ସୁପାରିଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶପଥ ନେଲେ ଖେମୁଣ୍ଡି ଓକିଲ ସଂଘ କର୍ମକର୍ତ୍ତା

ଦିଗପହଣ୍ଡି,୨୧ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଓକିଲ...

ଜଳ ସଂରକ୍ଷଣ

ଆମେ ଜାଣୁ ଯେ ଜଳ ହିଁ ଜୀବନ। ଜଳ ବିନା ମଣିଷ ବଞ୍ଚିବା ଅସମ୍ଭବ। ଆମ ସମସ୍ତଙ୍କ ଗୋଟିଏ ଧାରଣା ଧରାପୃଷ୍ଠ ଜଳମୟ। କିନ୍ତୁ ପୃଥିବୀର...

ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା

ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍‌ସ ୨୦୨୪ ମସିହା ଜୁନ୍‌ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍‌’ ଅନ୍ତରୀକ୍ଷ ଯାନରେ...

“ଲଙ୍କାଗୁଣ୍ଡ ପକାଇ ବାନ୍ଧିଲେ, ତା’ପରେ ଛୁରୀରେ ହତ୍ୟା କଲେ”, କର୍ଣ୍ଣାଟକର ପୂର୍ବତନ ଡିଜିପିଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସା

ବେଙ୍ଗଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ମୃତ୍ୟୁ ମାମଲାରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସେ ଏପ୍ରିଲ ୨୦ ତାରିଖରେ ବେଙ୍ଗାଲୁରୁସ୍ଥିତ ନିଜ ଘରେ ମୃତ...

ଭାରତୀୟ ଇଞ୍ଜିନିୟରିଂର ଚମତ୍କାରିତା: ଚେନାବ ରେଳ ବ୍ରିଜ୍‌

ଭୁବନେଶ୍ୱର, ୨୦।୪(ଜିତେନ୍ଦ୍ର କୁମାର ନାୟକ): କଶ୍ମୀରରୁ କନ୍ୟାକୁମାରୀ। ଭାରତର ଭୌଗୋଳିକ ସ୍ଥିତିକୁ ଦେଖି ଅନେକେ ଏପରି କହିଥାଆନ୍ତି। ଦେଶର ଜୀବନରେଖା ଭାବେ ପରିଚିତ ଭାରତୀୟ ରେଳପଥ...

‘ଆମ ଆଦମୀ ପାର୍ଟି ଲଢିବ ନାହିଁ MCD ମେୟର ନିର୍ବାଚନ’,ଆତିଶୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୪: ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ଆତିଶୀ ଦିଲ୍ଲୀ MCD ମେୟର ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ...

US Trade Deals: ଆମେରିକା ସହ ଟ୍ରେଡ ଡିଲ ସାଇନ କରିଥିବା ଦେଶକୁ ନାଲି ଆଖି ଦେଖାଉଛି ଚାଇନା

ବେଜିଂ,୨୧।୪: ଆମେରିକା ସହିତ ବାଣିଜ୍ୟ ଚୁକ୍ତି ବା Trade Deals ସ୍ବାକ୍ଷର କରୁଥିବା ଦେଶଗୁଡ଼ିକୁ ଚାଇନା ଚେତାବନୀ ଦେଇଛି। ଏକ ରିପୋର୍ଟ ଅନୁଯାୟୀ, ଚାଇନା ମଧ୍ୟ...

କାର୍ଯ୍ୟନିର୍ବାହୀ କାର୍ଯ୍ୟରେ ଅତିକ୍ରମଣ ଅଭିଯୋଗ ହେଉଛି: ପଶ୍ଚିମବଙ୍ଗ ଦଙ୍ଗା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବୟାନ

ନୂଆଦିଲ୍ଲୀ,୨୧।୪: ସୋମବାର ସୁପ୍ରିମକୋର୍ଟ ହିଂସାଗ୍ରସ୍ତ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରୁଥିବା ଏକ ଆବେଦନ ଶୁଣାଣି କରୁଥିବା ବେଳେ ଭାଜପା ନେତାମାନଙ୍କର ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image