ଭୁବନେଶ୍ବର,୫।୧୧(ବ୍ୟୁରୋ): ଅନ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ଟୀକାକରଣକୁ ଅଧିକ ତ୍ୱରାନିତ କରାଯାଉଛି । ୨ ଡୋଜ ଟିକା ନେଲା ପରେ ବି କୋଭିଡ ନିୟମ ମାନିବା ସହ ଗହଳି ଜାଗାରୁ ଦୁରେଇ ରହିବାକୁ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ତେବେ ପ୍ରାୟ ୨ ସପ୍ତାହ ହେବ ପ୍ରଥମ ଡୋଜ ଅପେକ୍ଷା ଦ୍ବିତୀୟ ଡୋଜ ଅଧିକ ଟିକାକରଣ ହୋଇଛି।
ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟ ୮୨ ଲକ୍ଷ ଡୋଜ ଟିକାକରଣ ସରିଛି । ପ୍ରଥମ ଡୋଜ ୨ କୋଟି ୬୧ ଲକ୍ଷ ୧୮ ହଜାର ୭୦୪ ଜଣ ନେଇଛନ୍ତି । ଦ୍ବିତୀୟ ଡୋଜ ନେଇଛନ୍ତି ୧ କୋଟି ୨୧ ଲକ୍ଷ ୪୦ ହଜାର ୮୨୩ ଜଣ । ସେପଟେ ୮୦ ପ୍ରତିଶତ ପ୍ରଥମ ଡୋଜ ଶେଷ ହୋଇଛି। ଯେଉଁ ମାନଙ୍କର ଦ୍ବିତୀୟ ଡୋଜର ସମୟ ହେଲାଣି ସେମାନଙ୍କୁ ଟିକା ଦେବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।