Categories: ଜାତୀୟ

ଦୋଷୀ ସାବ୍ୟସ୍ତ ହେବା ପରେ ଆପୋଷ ବୁଝାମଣା ଉପରେ ଭରସା କରି ହେବ ନାହିଁ: ଶୀର୍ଷକୋର୍ଟ…

ନୂଆଦିଲ୍ଲୀ, ୧୨।୨ : ଭାରତୀୟ ଦଣ୍ଡବିଧି ସଂହିତା ୩୫୪ ଅନ୍ତର୍ଗତ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ କରାଯାଉଥିବା ଆପୋଷ ବୁଝାମଣା ଉପରେ ଭରସା କରି ହେବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ସମ୍ପୃକ୍ତ ବ୍ୟକ୍ତି ପୀଡ଼ିତାଙ୍କ ସହିତ ତାଙ୍କର ବୁଝାମଣା ହୋଇଥିବା ଶୀର୍ଷକୋର୍ଟଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ତେବେ କୋର୍ଟ ତାଙ୍କର ସ୍ପେଶାଲ ଲିଭ୍‌ ପିଟିଶନ୍‌ (ଏସ୍‌ଏଲ୍‌ପି)କୁ ଖାରଜ କରିଛନ୍ତି।

ବିଚାରପତି ଅଜୟ ରସ୍ତୋଗୀ ଏବଂ ଅଭୟ ଏସ୍‌. ଓକ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ, ଏଭଳି ବୁଝାମଣାକୁ ଆମେ କୌଣସି ଶ୍ରେୟ ପ୍ରଦାନ କରିବାକୁ ଚାହୁଁ ନାହୁଁ। ହାଇକୋର୍ଟଙ୍କ ଦଣ୍ଡାଦେଶ ପରେ କରାଯାଇଥିବା ବୁଝାମଣା ଗ୍ରହଣଯୋଗ୍ୟ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।

Share