ରେକର୍ଡ ପରିମାଣର ଧନ୍‌ତେରସ୍‌ କାରବାର: ୨୦୦ କୋଟିରୁ ଅଧିକ

ଭୁବନେଶ୍ୱର,୧୨।୧୧ (ଅଭୟ ଦାଶ): ଚଳିତ ବର୍ଷର ଧନ୍‌ତେରସ୍‌ କାରବାର ରେକର୍ଡ ପରିମାଣରରେ ହୋଇଛି। ଏପରିକି ଗତ ୩ ଦିନ ହେବ ଧନ୍‌ତେରସ୍‌ କାରବାର ପୂର୍ବବର୍ଷ ଅପେକ୍ଷା ଭଲ ରହିଥିଲାବେଳେ କାରବାର ୨୦୦ କୋଟିରୁ ଅଧିକ ହୋଇଛି ବୋଲି ଓଡ଼ିଶାର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଓ ସଂଘଗୁଡିକ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷରେ ରାଜ୍ୟର ପ୍ରମୁଖ ସହର ଓ ବଜାରରେ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ଆକର୍ଷଣୀୟ ଧନ୍‌ତେରସ୍‌ ଅଫର ଓ ରିହାତି ସହ ଉପହାର ଗ୍ରାହକମାନଙ୍କୁ କ୍ରୟ ବିଲ୍‌ ଉପରେ ପ୍ରଦାନ କରୁଛନ୍ତି। ସେହିଭଳି ଧନ୍‌ତେରସ୍‌ ଅବସରରେ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ନୂତନ କଲେକ୍ସନ ଓ ଡିଜାଇନର ବ୍ୟାପକ ସମ୍ଭାରକୁ ଉଭୟ ବିକ୍ରୟ ଏବଂ ପ୍ରଦର୍ଶନ ପାଇଁ ଉପଲବ୍ଧ କରାଇଛନ୍ତି। ଏପରିକି ଚଳିତ ବର୍ଷର ଧନ୍‌ତେରସ୍‌ ପାଇଁ ଗତ ଗୁରୁବାର, ଶୁକ୍ରବାର ଓ ଶନିବାରର କାରବାର ଭଲ ରହିଥିଲାବେଳେ ଅଳଙ୍କାର ପ୍ରତିଷ୍ଠାନର ଆକର୍ଷଣୀୟ ରିହାତି ଅଫର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା। ସେହିପରି ଗତ ବର୍ଷ ଅପେକ୍ଷା ଚଳିତ ବର୍ଷର ଭିଡ଼ କାରବାରକୁ କିଛି ମାତ୍ରାରେ ସୁହାଇଛି ବୋଲି ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଓ ବ୍ୟବସାୟୀମାନେ ମତପ୍ରକାଶ କରିଥିଲାବେଳେ ସୁନା ବଜାରର ସମ୍ଭାବ୍ୟ ଭିଡରୁ ଏହା ସ୍ପଷ୍ଟ ଅନୁମାନ କରାଯାଉଛି।
ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଧନ୍‌ତେରସ୍‌ ଉପଲକ୍ଷେ ସାରା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଯଥା- ଲାଲ୍‌ଚାନ୍ଦ୍‌ ଜୁଏଲର୍ସ, ଖିମ୍‌ଜୀ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ଜୟ ଆଲୁକ୍କାସ, ତନିସ୍କ, ରିଲାଏନ୍ସ ଜୁଏଲର୍ସ, ପି.ସି.ଚନ୍ଦ୍ରା ଜୁଏଲର୍ସ, ଅରୁନ୍ଧତୀ ଜୁଏଲର୍ସ, ପ୍ରୀତମ ଜୁଏଲର୍ସ, ଭବାନୀ ଅଳଙ୍କାର, ଲୋକନାଥ ଜୁଏଲର୍ସ, ହିନ୍ଦୁସ୍ଥାନ ଜୁଏଲର୍ସ, ମା’ ଗୌରୀ ଜୁଏଲର୍ସ, ଜେ.କେ ଜୁଏଲର୍ସ, ଜାଭେରୀ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ, ରୀତା ଜୁଏଲର୍ସ, କଳାମନ୍ଦିର ଜୁଏଲର୍ସ, ସ୍ମାଇଲ ଗୋଲ୍‌ଡ ଜୁଏଲର୍ସ, ସେନ୍‌କୋ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ, ରୀତା ଆଣ୍ଡ ସନ୍ସ ଭଳି ଗହଣା ଦୋକାନରେ ସମ୍ଭାବ୍ୟ ଭିଡ଼ ସାଙ୍ଗକୁ ଆକର୍ଷଣୀୟ ରିହାତି ଅଫର ଗ୍ରାହକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।
ଉଲ୍ଲେଖଯୋଗ୍ୟ, ଧନ୍‌ତେରସ୍‌ର ଶୁଭ ଅବସରରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର ସାଙ୍ଗକୁ ନୂତନ କଲେକ୍ସନର ବୃହତ୍‌ ସମ୍ଭାରକୁ ଉନ୍ମୋଚନ କରାଯାଇଥିଲା। ବିଶେଷକରି ପ୍ରତି ଗ୍ରାମ ପିଛା ୬୨୫ଟଙ୍କାର ମୂଲ୍ୟରେ ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନାଗହଣାର ଗଢ଼ା ମୂଲ୍ୟ ଦିଆଯାଉଥିବାବେଳେ ପ୍ରତି କ୍ୟାରେଟ ହୀରା ମୂଲ୍ୟ ଉପରେ ଫ୍ଳାଟ୍‌ ୨୦,୦୦୦ ଟଙ୍କାର ରିହାତି ଏବଂ ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୫୦% ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଇଛି। ସେହିଭଳି ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍‌ଗୁଡିକ ଉପରେ ଫ୍ଳାଟ୍‌ ୨୦% ଓ ବ୍ରାଣ୍ଡେଡ୍‌ ଆଇଟମର ମୂଲ୍ୟ ଉପରେ ଫ୍ଲାଟ୍‌ ୧୫% ରିହାତି ପ୍ରଦାନ କରାଯାଉଛି। ଏପରିକି ଆଇଜେଏସ୍‌ଏଫ୍‌ରେ ପ୍ରତି ୨୫,୦୦୦ ଟଙ୍କା ବା ଅଧିକ କ୍ରୟ ଉପରେ ମାଗଣା ରୁପା ମୁଦ୍ରା ସାଙ୍ଗକୁ ନିଶ୍ଚିତ ଉପହାର ଦିଆଯାଉଛି। ସେହିପରି ଖିମ୍‌ଜୀ ଜୁଏଲର୍ସରେ ନଭେମ୍ବର ୩ରୁ ଧନ୍‌ତେରସ୍‌ ଧନବର୍ଷା ଉତ୍ସବ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ହୀରା ଗହଣାର ମୂଲ୍ୟ ଉପରେ ଫ୍ଳାଟ୍‌ ୨୦% ରିହାତି ଦିଆଯାଉଥିବାବେଳେ ରୁପା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୨୫% ରିହାତି ପ୍ରଦାନ କରାଯାଉଛି। ଏପରିକି ପ୍ରତି ସୁନା ଅଳଙ୍କାରର କ୍ରୟ ବିଲ୍‌ ଉପରେ ଫ୍ଳାଟ୍‌ ୪.୫%ର ରିହାତି ଦିଆଯାଉଛି। ଅପରପକ୍ଷରେ ରିଲାଏନ୍ସ ଜୁଏଲର୍ସର ଦୀପାବଳି ଅଫର ଓ କଲେକ୍ସନ ‘ସ୍ବର୍ଣ୍ଣ ବଙ୍ଗ’ ସାଙ୍ଗକୁ ସୁନା ଅଳଙ୍କାରର ଗଢ଼ା ମଜୁରି ଓ ହୀରା ଅଳଙ୍କାରର କ୍ରମ ମୂଲ୍ୟ ଉପରେ ୨୫%ର ରିହାତି ପ୍ରଦାନ କରାଯାଉଛି।

Share