ୟୁପିଆଇ ମାଧ୍ୟମରେ ରେକର୍ଡ ପରିମାଣର କାରବାର

ଭୁବନେଶ୍ୱର,୩।୮ (ଅନୁରାଧା ମହାରଣା): ଡିଜିଟାଲ ଅର୍ଥନୀତିର ବିକାଶରେ ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅତି ସହଜ ହୋଇଛି। ଏଭଳି ପରିସ୍ଥିତିରେ ଏହା ଲୋକଙ୍କ ମଧ୍ୟରେ କାରବାରର ଏକ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଜୁଲାଇର ଆର୍ଥିକ କାରବାର ଆକଳନରୁ ୟୁପିଆଇର ପ୍ରଭାବ ସ୍ପଷ୍ଟ ହୋଇଛି। ଜୁଲାଇରେ ୟୁପିଆଇ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ମାସରେ, ୟୁପିଆଇ ମାଧ୍ୟମରେ ୧,୪୪୪ କୋଟି ଟଙ୍କାର କାରବାର ହୋଇଛି। ଏଗୁଡ଼ିକ ମାଧ୍ୟମରେ ୨୦.୬୪ ଲକ୍ଷ କୋଟି ଟଙ୍କା ଏକ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି।
ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)ର ତଥ୍ୟ ଅନୁଯାୟୀ, ଜୁନ୍‌ ମାସରେ ୨୦.୦୭ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା। ଏଥିସହ ମେ ମାସରେ ୟୁପିଆଇ ମାଧ୍ୟମରେ ୨୦.୪୪ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। କ୍ରମାଗତ ତୃତୀୟ ମାସରେ ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ୨୦ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।
ବାର୍ଷିକ ଭିତ୍ତିରେ, ୨୦୨୩ ଜୁଲାଇରେ ୟୁପିଆଇ ମାଧ୍ୟମରେ ମୋଟ ୯,୯୬୪ କୋଟି ଟଙ୍କା କାରବାର ଜରିଆରେ ୧୫.୩୩ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଗତବର୍ଷ ତୁଳନାରେ ୟୁପିଆଇ କାରବାର ସଂଖ୍ୟାରେ ୪୫ ପ୍ରତିଶତ ଏବଂ ରାଶିରେ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଦୈନିକ ହାରାହାରି ୪୬.୬୦ କୋଟି ଟଙ୍କାର କାରବାର ହୋଇଛି।
ସେହିପରି ଜୁନ୍‌ରେ, ୟୁପିଆଇ ମାଧ୍ୟମରେ ୧,୩୮୯ କୋଟି କାରବାର ଜରିଆରେ ୨୦.୦୭ ଲକ୍ଷ କୋଟି ଟଙ୍କାର କାରବାର କରାଯାଇଥିଲା। ଗତ ମାସ ତୁଳନାରେ ଚଳିତ ମାସରେ କାରବାର ସଂଖ୍ୟାରେ ୩.୯୬ ପ୍ରତିଶତ ଏବଂ ରାଶିରେ ୨.୮୪ ପ୍ରତିଶତ ବୃଦ୍ଧି ଘଟିଛି। ସୂଚନାଥାଉ କି, ଏନ୍‌ପିସିଆଇ ଭାରତରେ ୟୁପିଆଇକୁ ନିୟନ୍ତ୍ରଣ କରିଥାଏ। ଏହା ଏକ ଭର୍ଚୁଆଲ ପେମେଣ୍ଟ ସେବା ହୋଇଥିବାବେଳେ ଏହା ମାଧ୍ୟମରେ ଉପଭୋକ୍ତା ଏକ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ବ୍ୟାଙ୍କ ଆକାଉଣ୍ଟ ଏବଂ ନମ୍ବର ବିନା କ୍ୟୁଆର କୋଡ୍‌ ଜରିଆରେ ଟଙ୍କା ସ୍ଥାନାନ୍ତର କରିପାରିବେ। ବିଲ୍‌ ପେମେଣ୍ଟ ସହ ଅନ୍‌ଲାଇନ ଶପିଂ ପାଇଁ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ବଦଳରେ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି। ୟୁପିଆଇକୁ ନିୟନ୍ତ୍ରଣ କରୁଥିବା ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆ ପ୍ରତ୍ୟେକ ମାସ ଆରମ୍ଭରେ ସାରା ଦେଶରେ ୟୁପିଆଇ କାରବାରର ତଥ୍ୟ ପ୍ରକାଶ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

ନିବାଭ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଭାରତର ସର୍ବବୃହତ ଘରୋଇ ଲିଫ୍ଟ ବ୍ରାଣ୍ଡ୍‌ ନିବାଭ୍‌ ଲିଫ୍ଟର ନୂତନ ଉତ୍ପାଦ ‘ନିବାଭ୍‌ ସିରିଜ୍‌-୪ ହୋମ୍‌ ଲିଫ୍ଟ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ସାମନ୍ତରାପୁରରେ ଖିମଜୀ ଜୁଏଲର୍ସର ନୂତନ ଆଉଟଲେଟ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ସାମନ୍ତରାପୁର ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ ଦିନେଶ ଖିମ୍‌ଜୀ...

ରପ୍ତାନିକୁ ପ୍ରଭାବିତ କରୁଛି କଣ୍ଟେନର ଅଭାବ

ଭୁବନେଶ୍ୱର,୧୬।୯, (ଅନୁରାଧା ମହାରଣା): ମାଲ ପରିବହନ ବୃଦ୍ଧି, କଣ୍ଟେନର ଅଭାବ ଏବଂ ପ୍ରମୁଖ ରପ୍ତାନି ତଥା ବିଦେଶୀ ପରିବହନକାରୀଙ୍କ ଉପରେ ନିର୍ଭରଶୀଳତା ଦେଶର ରପ୍ତାନି କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri