ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୮ କ୍ୱାରାଣ୍ଟାଇନ୍‌ରୁ ଓ ୩୬୧ ଲୋକାଲ କେସ୍‌ ରହିଥିବା ଜଣାପଡ଼ିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୨୯ଟି ରାଜ୍ୟରୁ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧାରୁ ୧୪୪ ଓ ସୁନ୍ଦରଗଡ଼ରୁ ୧୩୧ଜଣ ରହିଛନ୍ତି। ସେହିପରି ଅନୁଗୋଳରୁ ୨୦, ବାଲେଶ୍ୱର ୨୨, ବରଗଡ଼ ୫୩, ଭଦ୍ରକ ୧୭, ବଲାଙ୍ଗୀର ୨୬, ବୌଦ୍ଧ ୧, କଟକ ୫୦, ଦେବଗଡ଼୧, ଗଜପତି ୧, ଗଞ୍ଜାମ ୩୧, ଗଜତସିଂହପୁର୨, ଯାଜପୁର ୧୫, ଝାରସୁଗୁଡ଼ା ୨୩, କଳାହାଣ୍ଡି ୪୩, କନ୍ଧମାଳ ୫, କେନ୍ଦ୍ରପଡ଼ା ୯, କେନ୍ଦୁଝର ୨୫, କୋରାପୁଟ ୫, ମୟୁରଭଞ୍ଜ ୨୯, ନବରଙ୍ଗପୁର ୧୯, ନୟାଗଡ଼ ୬, ନୂଆପଡ଼ା ୬୧, ପୁରୀ ୪୫, ରାୟଗଡ଼ା ୧୩, ସମ୍ବଲପୁର ୪୮, ସୋନପୁର ୨ ଓ ଷ୍ଟେଟ ପୁଲରୁ ୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୪୫,୫୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪,୮୮୮ ଆକ୍ଟିଭ୍‌ କେସ୍‌ ଥିବା ବେଳେ ୩,୩୮,୬୬୨ଜଣ ସୁସ୍ଥ ହୋଇଛନ୍ତି।