Categories: ଜାତୀୟ

ରାଜଧାନୀରେ ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୯।୭: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଦିଲ୍ଲୀରେ ପ୍ରବଳ ବର୍ଷା ୨୦ ବର୍ଷର ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ୧୯୮୨ ପରଠାରୁ ଗୋଟିଏ ଦିନରେ ଏହା ସର୍ବାଧିକ ବର୍ଷା। ଭାରତ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛି।
ଆଇଏମଡି ସୂଚନା ଅନୁସାରେ, ରବିବାର ସକାଳ ୮.୩୦ ପର୍ଯ୍ୟନ୍ତ ୧୫୩ ମିଲିମିଟର ବର୍ଷା ରେକର୍ଡ କରିଛି। ୧୯୮୨, ଜୁଲାଇ ୨୫, ଦିନ ୧୬୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଜୁଲାଇ ୧୦, ୨୦୦୩ରେ ସହରରେ ୧୩୩.୪ ମିମି ବର୍ଷା ରେକର୍ଡ ହୋଇଥିଲା ଏବଂ ଜୁଲାଇ ୨୧, ୧୯୫୮ରେ ସର୍ବାଧିକ ୨୬୬.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା।

Share