Categories: ଫୁରସତ

ଟାଟୁ କରି ରେକର୍ଡ: ଏକାଥରକେ ୩୬ କଳାକାର ଫୁଟାଇଲେ ଛୁଞ୍ଚି

ଟାଟୁ କରିବା ଏବେ ଗୋଟେ ଟ୍ରେଣ୍ଡ ପାଲଟିଗଲାଣି। ଅନେକ ଲୋକ ଶରୀରରେ ଟାଟୁ କରୁଥିବାର ଦେଖିଥିବେ। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ନିଜ ଶରୀରକୁ ଛୁଞ୍ଚିରେ ଫୁଟାଇ ନୀଳ ରଙ୍ଗ ଦେଇଛନ୍ତି। ଏପରି କରି ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ବ୍ରିଟେନର ସବୁଠାରୁ ଅଧିକ ଟାଟୁ କରିଥିବା ବ୍ୟକ୍ତିଙ୍କୁ ଚିହ୍ନିବା କଷ୍ଟକର। ବର୍ତ୍ତମାନ ତାଙ୍କ ଶରୀରରେ ଟାଟୁ ହେତୁ ତାଙ୍କ ନାମ ମଧ୍ୟ ବଦଳି ଯାଇଛି। ଲୋକମାନେ ବର୍ତ୍ତମାନ ମାଥ୍ୟୁ ହ୍ବିଲନ ବଡି ଆର୍ଟ ନାମରେ ଜାଣିଛନ୍ତି। ୧୬ ବର୍ଷ ବୟସରେ ସେ ପ୍ରଥମ ଟାଟୁ କରିଥିଲେ। ଏହା ପରେ ତାଙ୍କର ଟାଟୁ କରିବା ଏକ ନିଶା ପାଲଟିଗଲା। ଏକାସାଙ୍ଗରେ ୩୬ ଜଣ ଟାଟୁ କଳାକାରଙ୍କ ଦ୍ୱାରା ତାଙ୍କ ଶରୀରରେ ଟାଟୁ କରି ରେକର୍ଡ ସୃଷ୍ଟି କରିଛନ୍ତି। ସେ ତାଙ୍କ ଶରୀରର ୯୦ ପ୍ରତିଶତ ଟାଟୁ କରିଛନ୍ତି।

ମାଥ୍ୟୁ କହିଛନ୍ତି, ଯେତେବେଳେ ସେ ବାହାରକୁ ଯାଆନ୍ତି, ପିଲାମାନେ ତାଙ୍କୁ ଦେଖି ଭୟଭୀତ ହୁଅନ୍ତି। ଭୟ ଏତେ ଅଧିକ ନୁହେଁ ଯେ ପିଲାମାନେ ଚାଲିଯାଆନ୍ତି, ବରଂ ସେମାନେ କିଛି ସମୟ ପାଇଁ ତାଙ୍କୁ ଦେଖିଥାନ୍ତି।

Share