Categories: ଖେଳ

ରେକର୍ଡ କଲେ ରବିନ୍ଦ୍ର

ବେଙ୍ଗାଲୁରୁ,୧୩।୧୧: ବିଶ୍ୱକପ ୨୦୨୩ ରେ ରବିବାର ରବିନ୍ଦ୍ର ଜାଡେଜା ଏକ ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିଥିଲେ। ଭାରତୀୟ ସ୍ପିନର ଭାବେ ବିଶ୍ୱକପରେ ସର୍ବାଧିକ ୱିକେଟ ନେଇ ରେକର୍ଡ କରିଛନ୍ତି ଜାଡେଜା। ଏହି ରେକର୍ଡ ସୃଷ୍ଟି କରିବାକୁ ତାଙ୍କୁ ଦୁଇଟି ୱିକେଟ ଆବଶ୍ୟକ ଥିଲା, ଯାହା ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବାବେଳେ ସେ ସହଜରେ ହାସଲ କରିଥିଲେ।

ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଜାଡେଜା ୯ ଓଭର ବୋଲିଂ କରି ୪୯ରନ ଦେଇଥିବା ବେଳେ ଦୁଇଟି ୱିକେଟ ନେଇଥିଲେ। ସର୍ବପ୍ରଥମେ ସେ ମ୍ୟାକ୍ସ ଓ’ଡାଉଡଙ୍କୁ ବୋଲିଂ କରିଥିଲେ। ଏହି ୱିକେଟ ପାଇ ସେ ଅନିଲ କୁମ୍ବଲେ ଏବଂ ଯୁବରାଜ ସିଂଙ୍କ ଦ୍ୱାରା ବିଶ୍ୱକପରେ ସର୍ବାଧିକ ୱିକେଟ ନେଇଥିବା ଭାରତୀୟ ସ୍ପିନର ରେକର୍ଡ ସହ ସମାନ ହୋଇଥିଲେ। ଏହା ପରେ ସେ ୱାନ ଡେର୍‌ ମେରୱେଙ୍କୁ ପାଭିଲିୟନକୁ ପଠାଇ ଉଭୟଙ୍କୁ ପଛକୁ କାଇ ଦେଇଥିଲେ।
ଏହି ବିଶ୍ୱକପରେ ରବିନ୍ଦ୍ର ଜାଡେଜାଙ୍କ ନାମରେ ବର୍ତ୍ତମାନ ୧୬ଟି ୱିକେଟ ରହିଛି। ସେ ୯ ଟି ମ୍ୟାଚରେ ଏହି ୱିକେଟ ନେଇଥିବାବେଳେ ବୋଲିଂ ହାରାହାରି ୧୮.୨୫ ଏବଂ ଏକ ଉତ୍କୃଷ୍ଟ ଷ୍ଟ୍ରାଇକ ହାର ୩.୯୭ ରହିଛି।

Share