ଏପ୍ରିଲ୍‌ରେ ରେକର୍ଡ ଜିଏସ୍‌ଟି ସଂଗ୍ରହ, ୧.୬୮ ଲକ୍ଷ କୋଟି ଟିକସ…

ନୂଆଦିଲ୍ଲୀ, ୧।୫ : ଏପ୍ରିଲ ୨୦୨୨ ରେ, ଦେଶରେ ଜିଏସ୍‌ଟି ଲାଗୁ ହେବା ପରଠାରୁ ସର୍ବାଧିକ ଟିକସ ସଂଗ୍ରହ କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷର ଆରମ୍ଭରେ ଜିଏସ୍‌ଟି ସଂଗ୍ରହରେ ରେକର୍ଡ ବୃଦ୍ଧି ଘଟିଛି। ଚଳିତ ମାସରେ ମୋଟ ୧,୬୭,୫୪୦ କୋଟି ଟଙ୍କା ରାଜକୋଷକୁ ଆସିଛି। ଜିଏସ୍‌ଟି ଲାଗୁ ହେବା ପରେ ଏଭଳି ଘଟି ନ ଥିଲା। ଏହାପୂର୍ବରୁ, ମାର୍ଚ୍ଚ ୨୦୨୨ ରେ ଜିଏସ୍‌ ଟି ରୁ ସରକାରଙ୍କ ମୋଟ ଆୟ ୧,୪୨,୦୯୫ କୋଟି ଟଙ୍କା ଥିଲା।

ରବିବାର ଏ ସମ୍ପର୍କରେ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଅର୍ଥ ମନ୍ତ୍ରଣାଳୟ ଏ ବିଷୟରେ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଜିଏସ୍‌ଟି ସଂଗ୍ରହ ଏକ ରେକର୍ଡସ୍ତରକୁ ଆସିଛି ଏବଂ ଏପ୍ରିଲ୍‌ରେ ମାର୍ଚ୍ଚ ୨୦୨୨ ତୁଳନାରେ ଅଧିକ ଟିକସ ସଂଗ୍ରହ ହୋଇ ପାରିଛି।

ଏପ୍ରିଲ୍‌ରେ ସଂଗ୍ରହ ହୋଇଥିବା ଜିଏସ୍‌ଟି ମଧ୍ୟରୁ ସିଜିଏସଟି ହେଉଛି ୩୩,୧୫୯ କୋଟି ଏବଂ ଏସ୍‌ଜିଏସ୍‌ଟିର ପରିମାଣ ୪୧,୭୯୩ କୋଟି ଟଙ୍କା ରହିଛି। ଏହା ସହିତ, ଆଇଜିଏସଟିର ପରିମାଣ ୮୧, ୯୩୯ କୋଟି ଟଙ୍କା ରହିଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହା ସହିତ, ସେସର ପରିମାଣ ୧୦,୬୪୯ କୋଟି ଟଙ୍କା ରହିଛି। ଏହା ସହିତ ସାମଗ୍ରୀ ଆମଦାନୀ ଉପରେ ୮୫୭ କୋଟି ଟଙ୍କା ସଂଗ୍ରହ ହୋଇଛି।

 

Share