ରିଲିଜ୍‌ ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ରେକର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ରିଲିଜ୍‌ ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ଫିଲ୍ମଟି କୋଟି କୋଟି ଟଙ୍କା କଲେକ୍ସନ କରିଛି। ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ଆଡଭାନ୍ସ ବୁକିଂରେ ୪.୨୫ ରୁ ୪.୫୦ କୋଟି ଟଙ୍କା ଆୟ କରିସାରିଲାଣି। ଆଶା କରାଯାଉଛି ଏହି ଚଳଚ୍ଚିତ୍ରଟି ଭଲ ସଂଗ୍ରହ କରିପାରିବ। ଫିଲ୍ମରେ ଅଜୟ ଦେବଗନ, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସରନ ନଜର ଆସିବେ। ଅଭିଷେକ ପାଠକ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଦୃଶ୍ୟମର ପାର୍ଟ ୧ ଦେଖିବା ପରେ ପାର୍ଟ ୨କୁ ଦେଖିବା ପାଇଁ ଦର୍ଶକ କେବେଠୁ ଅପେକ୍ଷା କରି ରହିଥିଲେ।

Share