Categories: ବାଣିଜ୍ୟ

ଅଟୋ ରିଟେଲ ସେଲ୍‌ରେ ରେକର୍ଡ

ଭୁବନେଶ୍ୱର, ୭।୧୨(ଅଭୟ ଦାଶ)ଚଳିତ ବର୍ଷ ନଭେମ୍ବରରେ ରେକର୍ଡ ପରିମାଣରେ ଅଟୋ ରିଟେଲ ସେଲ୍‌ ହୋଇଛି। ଏପରିକି ୨୦୨୩ ନଭେମ୍ବରରେ ଦେଶର ମୋଟ ୨୮, ୫୪, ୨୪୨ ୟୁନିଟ୍‌ ଗାଡ଼ି ବିକ୍ରି ହୋଇଥିବା ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଫାଡା) ପକ୍ଷରୁ କୁହାଯାଇଛି। ସେହିଭଳି ଗତ କିଛି ମାସ ହେବ ଦେଶର ଗାଡ଼ି ବିକ୍ରି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏପରିକି ଚଳିତ ବର୍ଷ ନଭେମ୍ବରରେ ୨୮.୫ ଲକ୍ଷରୁ ଅଧିକ ଗାଡି ବିକ୍ରି ହୋଇଥିବାବେଳେ ୨୦୨୨ ନଭେମ୍ବରରେ ଉକ୍ତ ସଂଖ୍ୟା ୨୪ଲକ୍ଷରୁ ଅଧିକ ରହିଥିଲା। ଅପରପକ୍ଷରେ ଚଳିତ ବର୍ଷ ଯାତ୍ରୀବାହୀ ଯାନ ୩,୬୦,୪୩୧ ଲକ୍ଷ ଗାଡି ବିକ୍ରି ହୋଇଥିବାବେଳେ ୨୦୨୨ ନଭେମ୍ବରରେ ୩,୦୭,୫୫୦ ୟୁନିଟ୍‌ ଗାଡ଼ି ବିକ୍ରି ହୋଇଥିଲା। ସେହିପରି ଦୁଇଚକିଆ ଯାନ ୨୦୨୩ ନଭେମ୍ବରରେ ୨୨,୪୭,୩୬୬ ୟୁନିଟ୍‌ ବିକ୍ରି ହୋଇଥିବାବେଳେ ୨୦୨୨ ସମାନ ଅବଧିରେ ୧୮,୫୬,୧୦୮ ଗାଡ଼ି ବିକ୍ରି ହୋଇଥିଲା। ଏ ସମ୍ପର୍କରେ ଫାଡାର ସଭାପତି ମନୀଷ ରାଜ ସିଙ୍ଘାନିଆ କହିଥିଲେ, ଚଳିତ ବର୍ଷର ପାର୍ବଣଠାରୁ ଗାଡ଼ି ବିକ୍ରି ବେଶ୍‌ ଉତ୍ସାହଜନକ ରହିଛି। ଏପରିକି କ୍ରମାଗତ ୩ୟ ମାସ ଲାଗି ରେକର୍ଡ ପରିମାଣରେ ଗାଡ଼ି ବିକ୍ରି ହେଉଛି। ବିଶେଷକରି ଦୁଇଚକିଆ ଯାନର ଡିମାଣ୍ଡ ବେଶି ରହିଥିବାବେଳେ ଯାତ୍ରୀବାହୀ ଯାନରେ ମଧ୍ୟ ଉତ୍ସାହଜନକ କାରବାର ରହିଛି ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

Share