କୋଇଲା ଉତ୍ପାଦନରେ ରେକର୍ଡ

ଭୁବନେଶ୍ୱର,୧ା୮ (ଅନିଲ ଦାସ):ଗତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ ରେକର୍ଡ ଭାଙ୍ଗିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ସର୍ବାଧିକ ୮୯୩.୧୯ ନିୟୁତ ଟନ୍‌ କୋଇଲା ଉତ୍ପାଦନ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୭୭୮.୨୧ ନିୟୁତ ଟନ କୋଇଲା ଉତ୍ପାଦନ ହୋଇଥିଲା। ଓଡ଼ିଶା ସମତେ ୮ଟି ରାଜ୍ୟ ଆସାମ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜ୍ୟରୁ ଏ ସବୁ କୋଇଲା ଉତ୍ପାଦନ କରାଯାଇଛି। ତେବେ ଜମ୍ମୁକଶ୍ମୀରରୁ କୋଇଲା ଉତ୍ପାଦନ ହ୍ରାସ ପାଇଛି। ସୋମବାର ରାଜ୍ୟ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ଘରୋଇ ଉତ୍ପାଦନ ଓ ଯୋଗାଣ ପାଇଁ ଏହି ଉତ୍ପାଦନ କରାଯାଇଛି। କେନ୍ଦ୍ର ସରକାର ବାହାରୁ ଅନାବଶ୍ୟକ ଆମଦାନୀକୁ ବନ୍ଦ କରି ଘରୋଇ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି। ଘରୋଇ ଉତ୍ପାଦନ ବୃଦ୍ଧି ଫଳରେ ଅନାବଶ୍ୟକ ଆମଦାନୀ ଊପରେ ନିର୍ଭରଶୀଳତା ହ୍ରାସପାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Share