ଭୁବନେଶ୍ୱର, ୨୮।୬(ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଆଥ୍ଲେଟିକ୍ସ ମିଟ୍ର ୬୯ତମ ସଂସ୍କରଣ ଗତ ରବିବାର ଶେଷ ହୋଇଛି। କିଟ୍ ଓ କିସ୍ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍ଲେଟିକ୍ସ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୭୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏଥରର ଏହି ମିଟ୍ ଅନେକ ଦୃଷ୍ଟିକୋଣରୁ ସ୍ମରଣୀୟ ହୋଇଛି। ଓଡ଼ିଶା ଆଥ୍ଲେଟିକ୍ସ ଇତିହାସରେ ପ୍ରଥମଥର ପାଇଁ ୪୧ଟି ନୂଆ ମିଟ୍ ରେକର୍ଡ ସୃଷ୍ଟି ହୋଇଛି। ୧୪ ବର୍ଷରୁ କମ୍ ବାଳିକା ବର୍ଗରେ ୩୨ ପଏଣ୍ଟ ପାଇ ଭୁବନେଶ୍ୱର ଗ୍ରୁପ୍ ଚାମ୍ପିୟନ ହୋଇଛି। ସେହିପରି ୧୪ ବର୍ଷରୁ କମ୍ ବାଳକରେ କେନ୍ଦୁଝର ୧୮, ୧୬ ବର୍ଷରୁ କମ୍ ବାଳିକାରେ ଜଗତ୍ସିଂହପୁର ୩୫, ୧୬ ବର୍ଷରୁ କମ୍ ବାଳକରେ ଭୁବନେଶ୍ୱର ୩୫, ୧୮ ବର୍ଷରୁ କମ୍ ବାଳିକାରେ ସୁନ୍ଦରଗଡ଼ ୧୦୫, ୧୮ ବର୍ଷରୁ କମ୍ ବାଳକରେ କଟକ ୮୫, ୨୦ ବର୍ଷରୁ କମ୍ ବାଳିକାରେ ସୁନ୍ଦରଗଡ଼ ୬୫, ୨୦ ବର୍ଷରୁ କମ୍ ବାଳକରେ କଟକ ୯୧, ୨୩ ବର୍ଷରୁ କମ୍ ବାଳକରେ କଟକ ୬୯, ୨୩ ବର୍ଷରୁ କମ୍ ବାଳିକାରେ କଟକ ୬୮, ମହିଳାରେ ଓଡ଼ିଶା ପୋଲିସ ୩୨ ଓ ପୁରୁଷରେ କଟକ ୯୦ ପଏଣ୍ଟ ପାଇ ଗ୍ରୁପ୍ରେ ଶୀର୍ଷସ୍ଥାନ ଅଧିକାର କରିଛି। ଓଭରଅଲ୍ ଦେଖିବାକୁ ଗଲେ କଟକ ୬୦୨ ପଏଣ୍ଟ ସହିତ ଦଳଗତ ଚାମ୍ପିୟନ ଏବଂ ସୁନ୍ଦରଗଡ଼ ୪୦୭ ପଏଣ୍ଟ ପାଇ ରନରଅପ୍ ହୋଇଛି।
ଚାରି ଦିନ ବିଶିଷ୍ଟ ପ୍ରତିଯୋଗିତାରେ ପ୍ରଦର୍ଶନ ଅନୁସାରେ ପ୍ରଥମ ଦିବସରେ ଜଣେ ପ୍ରତିଯୋଗୀ ନୂଆ ମିଟ୍ ରେକର୍ଡର ଅଧିକାରୀ ହୋଇଥିବାବେଳେ କେବଳ ଦ୍ୱିତୀୟ ଦିବସରେ ୧୯ ଆଥ୍ଲେଟ ରେକର୍ଡ ଭାଙ୍ଗିଥିଲେ। ତୃତୀୟ ଦିବସରେ ଏହି ସଂଖ୍ୟା ୯ରେ ସୀମିତ ରହିଥିବାବେଳେ ୪ର୍ଥ ତଥା ଅନ୍ତିମ ଦିବସରେ ୧୨ଟି ନୂଆ ମିଟ୍ ରେକର୍ଡ ସୃଷ୍ଟି ହୋଇଥିଲା। ୩ ପ୍ରତିଯୋଗୀ ୨ଟି ଲେଖାଏ ଇଭେଣ୍ଟରେ ନୂଆ ମିଟ୍ ରେକର୍ଡ କରିବାର ସୌଭାଗ୍ୟପ୍ରାପ୍ତ ହୋଇଥିଲେ। ଏମାନେ ହେଲେ କଟକର ଓଁକାର ପ୍ରସାଦ ନନ୍ଦ, ଭୁବନେଶ୍ୱରର ଲକ୍ଷ୍ମୀପ୍ରିୟା କିଷାନ ଓ କଳାହାଣ୍ଡିର ଡି. ଜୟରାମ। ଓଁକାର ୧୮ ବର୍ଷରୁ କମ୍ ବାଳକ ବର୍ଗର ଶଟ୍ପୁଟ୍ ଓ ହାମର ଥ୍ରୋରେ, ଲକ୍ଷ୍ମୀପ୍ରିୟା ୨୦ ବର୍ଷରୁ କମ୍ ବାଳିକା ୮୦୦ ମିଟର ରେସ୍ ଓ ୧୫୦୦ ମିଟର ରେସ୍ ଏବଂ ଜୟରାମ ୨୦ ବର୍ଷରୁ କମ୍ ବାଳକ ୧୦୦ ମିଟର ଓ ୨୦୦ ମିଟର ରେସ୍ରେ ଏହି କୃତିତ୍ୱ ଅର୍ଜନ କରିଥିଲେ।
ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ
ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...
ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ
ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...
୧୧୭ ରନ୍ରେ ଅଟକିଲା ଦକ୍ଷିଣ ଆଫ୍ରିକା
ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍ରେ ୧୧୭ ରନ୍ରେ ଅଲ୍ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...
ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର
ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...
ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ
ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) : ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...
ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ
ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...
ୱାଙ୍ଖଡେ ଷ୍ଟାଡିୟମ୍ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ
ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...
ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ
ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...
Archives


