ଗୋଟିଏ ଦିନରେ ଦେଶରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ

ନୂଆଦିଲ୍ଲୀ, ୨୦।୯: ଭାରତରେ କରୋନା ଭାଇରସ୍‌ଜନିତ ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ୍‌କୁ ବ୍ୟାପିବାରୁ ରୋକିବା ଲାଗି ସରକାର ଅଧିକରୁ ଅଧିକ କରୋନା ଟେଷ୍ଟ କରାଉଛନ୍ତି। ଇତ୍ୟବସରେ ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଲୋକଙ୍କ କରୋନା ଟେଷ୍ଟ କରାଯାଇଛି। ସେପ୍ଟେମ୍ବର ୧୯ (ଶନିବାର)ରେ ଭାରତରେ ରେକର୍ଡ ୧୨ ଲକ୍ଷ ୬ ହଜାର ୮୦୬ ଜଣ ଲୋକଙ୍କ କରୋନା ଟେଷ୍ଟ ହୋଇଥିବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ଦେଶରେ ମୋଟ୍‌ କରୋନା ଟେଷ୍ଟ ସଂଖ୍ୟା ୬ କୋଟି ୩୬ ଲକ୍ଷ ୬୧ ହଜାର ୬୦ରେ ପହଞ୍ଚିଛି। ଏଠାରେ ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଥମ କରୋନା ଆକ୍ରାନ୍ତ ୩୦ ଜାନୁୟାରୀରେ ଚିହ୍ନଟ ହୋଇଥିଲା। ଏହାପରେ ୬ ଏପ୍ରିଲ ପର୍ଯ୍ୟନ୍ତ ମୋଟ୍‌ କରୋନା ଟେଷ୍ଟ ସଂଖ୍ୟା ୧୦ ହଜାର ଥିଲା। ୭ ଜୁଲାଇରେ ଏହି ସଂଖ୍ୟା ଏକ କୋଟି ଛୁଇଁଥିଲା।

Share