Categories: ବାଣିଜ୍ୟ

ଚଳିତ ଆର୍ଥିକ ବର୍ଷ ୯ ମାସରେ ରେକର୍ଡ ସଂଖ୍ୟକ ୮ କୋଟି ୧୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ

ନୂଆଦିଲ୍ଲୀ, ୩।୧: ଗତ ଡିସେମ୍ବର ୩୧ ସୁଦ୍ଧା ଦେଶରେ ରେକର୍ଡ ପରିମାଣର ୮ କୋଟି ୧୮ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି। ଏହାଦ୍ୱାରା ଚଳିତବର୍ଷ ଆୟକର ଦାଖଲ ୯ ପ୍ରତିଶତ ବୃଦ୍ଧି ପାଇଛି। ଆୟକରଦାତା ଯେଭଳି ଶୀଘ୍ର ସେମାନଙ୍କର ଆୟକର ରିଟର୍ଣ୍ଣ ଏବଂ ଫର୍ମଗୁଡ଼ିକ ଦାଖଲ କରିବେ, ସେଥିପାଇଁ ୧୦୦ କୋଟିରୁ ଊଦ୍ଧ୍ୱର୍ ଆଉଟ୍‌‌ରିଚ୍‌‌ ପ୍ରୟାସ, ଇ-ମେଲ, ଏସ୍‌‌ଏମ୍‌‌ଏସ୍‌‌ ଏବଂ ଅନ୍ୟାନ୍ୟ ସୃଜନଶୀଳ ଅଭିଯାନ ହାତକୁ ନିଆଯାଇଥିଲା। ସେଥିପାଇଁ ୨୦୨୩-୨୪ ଆସେସ୍‌‌ମେଣ୍ଟ ବର୍ଷରେ ଆୟକର ଦାଖଲ ଗତବର୍ଷଠାରୁ ୯ ପ୍ରତିଶତ ଅଧିକ ହୋଇପାରିଛି ବୋଲି ସରକାରୀ ଭାବେ କୁହାଯାଇଛି।

Share