ଭୁବନେଶ୍ୱର, ୨୬।୮ (ବ୍ୟୁରୋ): ଓଡ଼ିଶାରେ ବୁଧବାର ରେକର୍ଡ ସଂଖ୍ୟକ ୩,୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ବୁଧବାର ସୁଦ୍ଧା ମୋଟ୍ ୬୨ ହଜାର ୮୧୩ ଜଣ ଲୋକ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଦିଆଯାଇଥିବା ସୂଚନା ଅନୁଯାୟୀ, ବୁଧବାର ରାଜ୍ୟର ୩୦ ଜିଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୨୬୧ ଜଣ, ଭଦ୍ରକରୁ ୨୪୫, ଗଞ୍ଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫, ସମ୍ବଲପୁରରୁ ୧୨୭, ପୁରୀରୁ ୧୨୧, କୋରାପୁଟରୁ୧୧୯, ମୟୂରଭଞ୍ଜରୁ ୧୧୨, ସୋନପୁରରୁ ୧୦୩, ବୌଦ୍ଧରୁ ୮୪, ବରଗଡ଼ରୁ ୭୮, କନ୍ଧମାଳରୁ ୬୮, ବଲାଙ୍ଗୀରରୁ ୬୫, ନୟାଗଡ଼ରୁ ୬୦, କଳାହାଣ୍ଡିରୁ ୫୬, ମାଲକାନଗିରିରୁ ୫୪, ଢେଙ୍କାନାଳରୁ ୪୯, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪, ଯାଜପୁରରୁ ୩୨, ଗଜପତିରୁ ୨୭, ଅନୁଗୋଳରୁ ୨୨, ଝାରସୁଗୁଡ଼ାରୁ ୨୦, ନ୍ଦେନ୍ଦ୍ରାପଡ଼ାରୁ ୧୯, ଜଗତ୍ସିଂହପୁରରୁ ୧୬, ନୂଆପଡ଼ାରୁ ୧୧ ଓ ଦେବଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ଜଣାପଡ଼ିଛି।