Categories: ବାଣିଜ୍ୟ

ଜିଓ ସିନେମାରେ ରେକର୍ଡ ସଂଖ୍ୟକ ଦର୍ଶକ

ନୂଆଦିଲ୍ଲୀ,୧୯।୪: ରିଲାଏନ୍ସ ଜିଓର ପ୍ରମୁଖ ପ୍ଲାଟଫର୍ମ ଜିଓ ସିନେମାରେ ଚଳିତ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଧା ପ୍ରସାରଣ କରାଯାଉଛି। ଏପରିକି ଜିଓ ସିନେମାରେ ମ୍ୟାଚ୍‌ ଦେଖୁଥିବା ଦର୍ଶକଙ୍କ ସଂଖ୍ୟାରେ ମଧ୍ୟ ପ୍ରତିଦିନ ନୂଆ ରେକର୍ଡ ସ୍ଥାପନ ହେଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ରେକର୍ଡ ସଂଖ୍ୟକ ୨.୪ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି।

୨୦୨୯ ଆଇପିଏଲ୍‌ ସିଜନ୍‌ର ଫାଇନାଲ୍‌ ମ୍ୟାଚ୍‌କୁ ଡିଜ୍‌ନି ହଟ୍‌ଷ୍ଟାର୍‌ରେ ସର୍ବାଧିକ ୧୮.୬ ନିୟୁତ ଦର୍ଶକ ଦେଖିଥିବା ବେଳେ ଜିଓ ସିନେମାରେ ଗୋଟିଏ ଲିଗ୍‌ ମ୍ୟାଚ୍‌କୁ ୨.୪ କୋଟି ଲୋକ ଦେଖିଛନ୍ତି। ଆଇପିଏଲ୍‌ ବର୍ତ୍ତମାନ ଲିଗ୍‌ ପର୍ଯ୍ୟାୟରେ ଥିବା ବେଳେ ଜିଓ ସିନେମା ପୂର୍ବର ସବୁ ରେକର୍ଡକୁ ଅତିକ୍ରମ କରିଛି।

 

Share