Categories: ଜାତୀୟ

ରାଜଧାନୀରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ,୧୯ ।୧୦ ରାଜଧାନୀ ଦିଲ୍ଲୀରେ ରବିବାର ରାତିରୁ ସୋମବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ଏହା ଦୀର୍ଘ ୬୧ ବର୍ଷର ଦୁଇଟି ରେକର୍ଡକୁ ଭାଙ୍ଗିଥିବା କୁହାଯାଉଛି । ୨୪ ଘଣ୍ଟା ମଧ୍ୟରେ ଅକ୍ଟୋବରରେ ହୋଇଥିବା ବର୍ଷା ୬୧ ବର୍ଷର ରେକର୍ଡକୁ ଭାଙ୍ଗିଛି । ଏହାସହ ଗୋଟିଏ ଦିନରେ ହୋଇଥିବା ସର୍ବାଧିକ ବର୍ଷାରେ ୬୫ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛି । ଚଳିତ ବର୍ଷ ଅକ୍ଟୋବରରେ ୯୪.୬ ମିଲିମିଟର ବର୍ଷା ହୋଇଥିଲା । ଏହା ପୂର୍ବରୁ ୧୯୬୦ରେ ୯୩.୪ ମିଲି ମିଟର ବର୍ଷା ହୋଇ ରେକର୍ଡ କରିଥିବା ବେଳେ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି । ଅନ୍ୟପଟେ ଗୋଟିଏ ଦିନରେ ସର୍ବାଧିକ ବର୍ଷା ୧ ଆକ୍ଟୋବର ୧୯୫୪ରେ ହୋଇଥିବା ରେକର୍ଡ ରହିଛି । ଯାହାଥିଲା ୭୨.୭ ମିଲିମିଟର । ହେଲେ ଚଳିତ ବର୍ଷ ଅକ୍ଟୋବର ୧୮ରେ ସର୍ବାଧିକ ୮୭.୯ ମିଲିମିଟର ବର୍ଷା ହୋଇ ୬୫ ବର୍ଷର ରେକର୍ଡକୁ ଭାଙ୍ଗିଛି । ରେକର୍ଡ ଅନୁଯାୟୀ ସବୁଠାରୁ ଅଧିକ ବର୍ଷା ଲୋଧିରୋଡରେ ୮୫.୫ ମିଲିମିଟର ହୋଇଥିବା ରେକର୍ଡ କରାଯାଇଛି ।

Share