ରାଜସ୍ବ ଆଦାୟରେ ରେକର୍ଡ

କାମାକ୍ଷାନଗର, ୧୪।୬(ଡି.ଏନ.ଏ.) ଲଘୁ ଖଣିଜର ଯଥେଷ୍ଟ ଉତ୍ସ ଥିଲା। ହେଲେ ଠିକ୍‌ ସମୟରେ ସେସବୁ ନିଲାମ ହୋଇ ପାରୁ ନ ଥିଲା। ବାଲି ସଇରାତ, ପଥର ଖାଦାନରୁ ବ୍ୟାପକ ଖଣିଜ ଚୋରା ଚାଲାଣ ହେଉଥିବା ବେଳେ ଅସମ୍ପୂର୍ଣ୍ଣ ରହିଯାଉଥିଲା ରାଜସ୍ବ ଆଦାୟ ଲକ୍ଷ୍ୟ। ତେବେ ପ୍ରଶାସନିକ ଅଧିକାରୀ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପରେ ବଦଳି ଯାଇଛି ସ୍ଥିତି। ଏକଦା ରାଜସ୍ବ ଆଦାୟରେ ପଛୁଆ କାମାକ୍ଷାନଗର ତହସିଲ ରେକର୍ଡ ପରିମାଣର ରାଜସ୍ବ ଆଦାୟ କରି ଢେଙ୍କାନାଳ ଜିଲାରେ ୧ ନମ୍ବର ସ୍ଥାନ ଦଖଲ କରିଛି।
କାମାକ୍ଷାନଗର, କାଦୁଆ, ସୁନିଆମାରୁ, ଜିରାଳ, ମଠକରଗୋଳା, ଅଁଳାବେରେଣୀ, ତୁମୁସିଙ୍ଗା ରାଜସ୍ବ ସର୍କଲକୁ ନେଇ କାମାକ୍ଷାନଗର ତହସିଲ ଗଠିତ। ୨୦୧୯-୨୦୨୦ ଆର୍ଥିକ ବର୍ଷରେ ତହସିଲ ପକ୍ଷରୁ ୩ କୋଟି ୨୭ ଲକ୍ଷ ୬୯ ହଜାର ରାଜସ୍ବ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୬ କୋଟି ୮୦ଲକ୍ଷ ୯୦ ହଜାର ୩୫୬ ଟଙ୍କା ଆଦାୟ ହୋଇଥିଲା। ୨୦୨୦-୨୧ ବର୍ଷରେ ୪ କୋଟି ୪୨ ଲକ୍ଷ ୫୮ ହଜାର ଟଙ୍କା ଲକ୍ଷ୍ୟ ରଖାଯାଇଥିବାବେଳେ ଆଦାୟ ହୋଇଛି ୧୧କୋଟି ୫୨ ଲକ୍ଷ ୭୦ ହଜାର ୬୬୨ ଟଙ୍କା, ଯାହା ୫୭% ଅଧିକ। ଆଦାୟ ରାଜସ୍ବର ସିଂହଭାଗ ବିଭିନ୍ନ ଖଜଣା, ନିସ୍ତାର ସେସ୍‌, ସଇରାତ, ଜଳକରରୁ ରହିଛି। ସେହିପରି କେବଳ ଜରିମାନା ଆକାରରେ ୪୯ ଲକ୍ଷ ୫୯ ହଜାର ୯୦୦ ଟଙ୍କା ଆଦାୟ ହୋଇଛି।
ସୂଚନାଯୋଗ୍ୟ, କାମାକ୍ଷାନଗର ତହସିଲ ଅଧୀନରେ ଥିବା ଖଣି ଓ ସଇରାତ ମଧ୍ୟରୁ ମାତ୍ର ୫ଟି ନିଲାମଯୋଗ୍ୟ ଲଘୁଖଣିଜ ଉତ୍ସ ରହିଥିଲା। ଉପଯୁକ୍ତ ଭିତ୍ତିଭୂମି ଥିବା ସତ୍ତ୍ୱେ ଅନ୍ୟ କେତେକ ସଇରାତ ଏବଂ ପଥର ଖାଦାନ ନିଲାମ ହୋଇପାରୁ ନ ଥିଲା। ଏଗୁଡ଼ିକୁ ମାଫିଆମାନେ ନିୟନ୍ତ୍ରଣ କରୁଥିଲେ। ତେବେ ତହସିଲ ପ୍ରଶାସନ ଉଦ୍ୟମରେ ଚଳିତ ବର୍ଷ ଆଉ ୧୧ଟି ଲଘୁଖଣିଜ ଉତ୍ସ ଚିହ୍ନଟ କରାଯାଇଛି। ମୋଟ ୧୬ ସଇରାତ ଏବଂ ପଥର ଖାଦାନରୁ ୧୨ଟି ଖଣିର ନିଲାମ କାର୍ଯ୍ୟ ଶେଷ ହୋଇଛି। ଅନ୍ୟ ୪ଟିର ନିଲାମ ପକ୍ରିୟା ଖୁବ୍‌ଶୀଘ୍ର ଶେଷ କରାଯିବାକୁ ଯୋଜନା ଚାଲିଛି। ଏହାପରେ ରାଜସ୍ବ ଆଦାୟ ଆହୁରି ବଢ଼ିବା ଆଶା ପ୍ରକାଶ ପାଇଛି।
ପୂର୍ବ ତ୍ରୁଟି ସୁଧୁରାଯାଉଛି

ପୂର୍ବରୁ ଜାତୀୟ ରାଜପଥ କାର୍ଯ୍ୟ ଏବଂ ରେଲ୍‌ଓ୍ବେ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ରାଜସ୍ବ ଫାଙ୍କି ଚାଲିଥିଲେ। ଏଭଳି ତ୍ରୁଟି ସୁଧାରିବା ଲାଗି ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ଆଲୋଚନା କରାଯାଇଥିଲା। ଯୋଗ୍ୟ ଲଘୁଖଣିଜ ଉତ୍ସଗୁଡ଼ିକୁ ନିଲାମ ଦିଆଯାଇଛି। ବେଆଇନ ବାଲି, ପଥର ଚାଲାଣକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଫଳରେ ରାଜସ୍ବ ଆଦାୟ ରେକର୍ଡ ପରିମାଣର ବଢ଼ିଛି।
-ସଞ୍ଜୟ କୁମାର ରାଉତ, ତହସିଲଦାର

ଉଦ୍ୟମ ପ୍ରଶଂସନୀୟ

ଯେକୌଣସି କାର୍ଯ୍ୟକୁ ସଫଳ କରିବାକୁ ହେଲେ ଇଚ୍ଛାଶକ୍ତି ଥିବା ଜରୁରୀ। ଇଚ୍ଛା ଥିଲେ ଉପାୟ ଆସେ। ପୂର୍ବରୁ ଏହାର ଅଭାବ ପରିଲକ୍ଷିତ ହେଉଥିଲା। ସ୍ଥାନୀୟ ତହସିଲଦାର ଏବଂ ବିଭିନ୍ନ ସର୍କଲର ରାଜସ୍ବ ଅଧିକାରୀମାନେ ରାଜସ୍ବ ଆଦାୟ ଲାଗି ଉଦ୍ୟମ କରିଛନ୍ତି, ଯାହା ପ୍ରଶଂସନୀୟ।
-ସତ୍ୟନାରାୟଣ ସାହୁ, ଓକିଲ ସଂଘ ଉପସଭାପତି

ସମନ୍ବୟ ରଖି କାର୍ଯ୍ୟ କରାଯିବ

ତହସିଲ ପ୍ରଶାସନର ଇଚ୍ଛାଶକ୍ତି, ରାଜସ୍ବ ବିଭାଗର କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ବଳରେ କାମାକ୍ଷାନଗର ତହସିଲ ରାଜସ୍ବ ଆଦାୟରେ ଜିଲାରେ ୧ ନମ୍ବର ସ୍ଥାନ ହାସଲ କରିପାରିଛି। ଆଗାମୀ ଦିନରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି।
-ରାକେଶ କୁମାର ଗଡ଼ନାୟକ, କାମାକ୍ଷାନଗର ଆର୍‌ଆଇ


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଆସି ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

କାମାକ୍ଷାନଗର,୧୪ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଗୁୁରୁବାର ସକାଳେ ଏକ ଅଘଟଣ ଘଟିଯାଇଛି। ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ...

ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପାଇଁ ଦରଖାସ୍ତ

କାମାକ୍ଷାନଗର,୧୧ା୧୧(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ୧୬ ଜଣ ସରପଞ୍ଚ ଓ...

ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା...

ଭାଜପା ଟାର୍ଗେଟରେ ୭ ବ୍ଲକର ଅଧ୍ୟକ୍ଷା-ଅଧ୍ୟକ୍ଷ ପଦବୀ: ଅଜ୍ଞାତବାସରେ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ, ସମିତି ସଭ୍ୟ

ଢେଙ୍କାନାଳ,୬ା୧୧(ରତନ ନାୟାର):ଢେଙ୍କାନାଳରେ ଭାଜପା ଟାର୍ଗେଟରେ ୭ଟି ବ୍ଲକର ଅଧ୍ୟକ୍ଷା ଅଧ୍ୟକ୍ଷ ପଦବୀ ା ନିର୍ବାଚନ ପରେ ରାଜ୍ୟରେ ଭାଜପା ସରକାର ଆସିବା ପରେ ବର୍ତ୍ତମାନ ଜିଲାରେ...

ସରକାରୀ ଯୋଜନାରୁ ବଞ୍ଚିତ୍ତ ବାଳବତୀ

ପରଜଙ୍ଗ, ୩।୧୧ (ନିଗମାନନ୍ଦ ଦଳବେହେରା): ଦେଶ ସ୍ବାଧୀନତାର ୭୭ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି ଅଧିକାଂଶ ପରିବାର ଦୁଃଖ ଦୁର୍ଦ୍ଦଶାରେ ଜୀବନ ଅତିବାହିତ କରୁଛନ୍ତି ।...

ଦନ୍ତାକୁ ୧୦୦ ମିଟର ଘୋଷାରିନେଲା ଟ୍ରେନ୍‌

ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ୍‌ର ମେରାମଣ୍ଡଳି ରେଳଷ୍ଟେଶନ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ୍‌ ଧକ୍କାରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି।...

ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ିଲା ଘରର ଆଜ୍‌ବେଷ୍ଟସ୍‌, କ୍ଷଣିକରେ ସବୁ ଛାରଖାର

କାମାକ୍ଷାନଗର,୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଅଘଟଣ। ଗ୍ୟାସ୍‌ ଟାଙ୍କି ଫାଟି ଉଡ଼ି ଘରର ଆଜବେଷ୍ଟସ୍‌ ଓ ଆସବାବପତ୍ର। ଅଳ୍ପକେ...

ରେଳ ଧାରଣା ପାର୍‌ ହେଉଥିବାବେଳେ ମାଲଗାଡ଼ି ଧକ୍କାରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ ଅଫିସ,୨ । ୧୧(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ସଦର ରେଞ୍ଜ ଚିନ୍ତା ପୋଖରୀଠାରେ ରେଳ ଧାରଣା ପାର ହେଉଥିବା ବେଳେ ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri