ଦୁଇ ସାକ୍ଷୀଙ୍କ ବୟାନ ରେକର୍ଡ

ବଲାଙ୍ଗୀର ଅଫିସ, ୪ା୪: କ୍ରାଇମବ୍ରାଞ୍ଚ ଟିମ୍‌ ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ବହୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅନୁସନ୍ଧାନ କରୁଛି। ମାମଲାର ଦୁଇ ପୀଡିତା ତଥା ସାକ୍ଷୀଙ୍କୁ ବଲାଙ୍ଗୀର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଏହା ସହିତ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଅଭିଯୁକ୍ତଙ୍କ କୋଚିଂ ଅନୁଷ୍ଠାନ ରିଲାଏନ୍ସ ଏଜୁକେଶନ୍‌ କମ୍ପ୍ଲେକ୍ସକୁ ଯାଇ ଅନୁସନ୍ଧାନ କରିଛନ୍ତି। ଏଠାକାର ଷ୍ଟାଫ୍‌ଙ୍କ ସିଆରପିସି ୧୬୧ଧାରାରେ ବୟାନ ରେକର୍ଡ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୧ଟାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜାଲ୍‌ ସାର୍ଟିଫିକେଟ ମାମଲାର ଦୁଇ ପୀଡିତା ସୁବଳୟା ଭୁଏ ଏବଂ ରମଣୀ ନାଗଙ୍କୁ ବଲାଙ୍ଗୀର ସିଭିଲ କୋର୍ଟ ପରିସରକୁ ନେଇ ଯାଇଥିଲେ। ସେଠାରେ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ ଦୁଇ ପୀଡିତା ତଥା ଏହି ମାମଲାର ପ୍ରମୁଖ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇପାରି ନ ଥିଲା। ଏହାପରେ ଅପରାହ୍ଣ ପ୍ରାୟ ୫ଟାରେ ପୁଣି ଥରେ ଦୁଇ ସାକ୍ଷୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ କୋର୍ଟ ପରିସରକୁ ନେଇଥିଲେ। ସେଠାରେ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଉଭୟ ସାକ୍ଷୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିଲା। ଏହି ବହୁଚର୍ଚ୍ଚିତ ଜାଲ ସାର୍ଟିଫିକେଟ ମାମଲା ପାଇଁ ଦୁଇ ସାକ୍ଷୀଙ୍କ ବୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି। ବୟାନ ରେକର୍ଡ କରିବା ପରେ କ୍ରାଇମ୍‌ବ୍ରାଞ୍ଚ ଏବେ ଅନ୍ୟ ଦିଗ ଉପରେ ତଦନ୍ତ କେନ୍ଦ୍ରୀଭୂତ କରିବ ବୋଲି ଜଣାପଡିଛି।
କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଦେବବ୍ରତ ଚକ୍ରଙ୍କ ନେତୃତ୍ୱରେ ସୋମବାର ତୃତୀୟ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ଦିଗକୁ ତଦନ୍ତ କରାଯାଇଛି। ଜାଲ ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଟାଉନ୍‌ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା। ବଲାଙ୍ଗୀର ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଭିଯୋଗ ମୁତାବକ ଟାଉନ୍‌ ଥାନାରେ ଏକ ମାମଲା (୧୪୧/୨୩) ରୁଜୁ ହୋଇଥିଲା। ବଲାଙ୍ଗୀର ଡାକ ମଣ୍ଡଳରେ ୬୦ଟି ଗ୍ରାମୀଣ ଡାକ ସେବକ ପଦବୀରେ ପ୍ରାର୍ଥୀମାନେ ଆବେଦନ କରିଥିଲେ। ସେଥିରୁ ୩୮ ଜଣ ପ୍ରାର୍ଥୀ ଉତ୍ତରପ୍ରଦେଶ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦର ଦଶମ ଏବଂ ଇଣ୍ଟରମିଡିଏଟ୍‌ ସାର୍ଟିଫିକେଟ୍‌ ଦାଖଲ କରିଥିଲେ। ସାର୍ଟଫିକେଟରେ ଉଲ୍ଲେଖଥିବା ମାର୍କ ଏବଂ ପ୍ରାର୍ଥୀଙ୍କ ହାବଭାବରୁ ସନ୍ଦେହ ପରି ଡାକ ଅଧୀକ୍ଷକ ପଟ୍ଟନାୟକ ଏହା ଜାଲ୍‌ ସାର୍ଟିଫିକେଟ ସନ୍ଦେହ କରି ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। । ସିନ୍ଧେକେଲା ଥାନା ଚାନ୍ଦୋତରା ଗ୍ରାମର ରଜତ କୁମାର ନାଏକଙ୍କୁ ଏମ୍‌ସିଏଲରେ ଚାକିରି କରାଇ ଦେବା ନଁାରେ ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ମନୋଜ ଏବଂ ସହଯୋଗୀ ଆଲୋକ ୫ ଲକ୍ଷ ଟଙ୍କା ନେଇଥିଲେ। ଏହି ମାମଲାର ମଧ୍ୟ ତଦନ୍ତ କ୍ରାଇମବ୍ରାଞ୍ଚ ସୋମବାର ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ ତୃତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବଲାଙ୍ଗୀର ପ୍ରଧାନ ଡାକଘରକୁ ଯାଇ ତଦନ୍ତ କରିବା ସହ ଡକ୍ୟୁମେଣ୍ଟର ଛାନଭିନ୍‌ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ଗାଁ ଯୁବକ

କେନ୍ଦୁଝର,୨୨।୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଭାଟୁଣୀଆଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଦିନକୁ ଦିନ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri