Categories: ଜାତୀୟ

ଏମ୍‌ପି ଦଶମ ବୋର୍ଡରେ ରେକର୍ଡ: ୧୦୦ ପ୍ରତିଶତ ନମ୍ବର ରଖିଲେ ୧୫ ଟପ୍ପର

ଭୋପାଳ, ୪।୭: ମଧ୍ୟପ୍ରଦେଶ ଦଶମ ବୋର୍ଡ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଏଥିରେ ପ୍ରଥମ ଥର ପାଇଁ ଏକ ରେକର୍ଡ ସୃଷ୍ଟି ହୋଇଛି। ୧୫ ଜଣ ଛାତ୍ରୀଛାତ୍ର ୧୦୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ଦଶମ ବୋର୍ଡର ୬୨.୮୪ ପ୍ରତିଶତ ଛାତ୍ରୀଛାତ୍ର ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ୧୧ ଲକ୍ଷ ୫୦ ହଜାର ଛାତ୍ରଛାତ୍ର ପରୀକ୍ଷା ଦେଇଥିଲେ। ବେଷ୍ଟ ଓ୍ବାନ୍‌ରେ ୧୫ ଜଣ ଥିବାବେଳେ ବେଷ୍ଟ ସେକେଣ୍ଡରେ ୨ ଜଣ ଅଛନ୍ତି। ସେମାନେ ୯୯.୭୫ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ବେଷ୍ଟ ଥାର୍ଡରେ ୨୨ ଜଣ ଛାତ୍ରୀଛାତ୍ର ରହିଛନ୍ତି। ସେମାନେ ସମସ୍ତେ ୯୯.୬୭ ପ୍ରତିଶତ ନମ୍ବର ରଖିଥିବା ବୋର୍ଡ ପକ୍ଷରୁ କୁହାଯାଇଛି।

Share