କୋଲକାତା,୧୪।୧: ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି।
କିମ୍ବଦନ୍ତୀ ଅନୁସାରେ, ପୌଷ ମାସ ମକର ସଂକ୍ରାନ୍ତିରେ ଗଙ୍ଗାସାଗର ବୁଡ଼ ପକାଇଲେ ପୁଣ୍ୟ ମିଳିଥାଏ। ଏନେଇ ଗଙ୍ଗାସାଗର ବୁଡ଼ ପକାଇବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଆସିଥା’ନ୍ତି। ଏଥିସହ ବାବା କପିଳ ମୁନିଙ୍କ ଦର୍ଶନ ମଧ୍ୟ କରି ଶ୍ରଦ୍ଧାଳୁମାନେ ଆଶୀର୍ବାଦ ଭିକ୍ଷା କରିଥା’ନ୍ତି।