Categories: ବାଣିଜ୍ୟ

ଭାରତ ମସଲାର ରେକର୍ଡ କାରବାର

କଟକ,୬।୧୨:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତ ମସଲା ପକ୍ଷରୁ ଐତିହାସିକ କଟକ ବାଲିଯାତ୍ରା ପରିସରରେ ଆକର୍ଷଣୀୟ ଭାରତ ମଣ୍ଡପ (ଷ୍ଟଲ୍‌) ଖୋଲାଯାଇଥିଲା। ଏପରିକି ବାଲିଯାତ୍ରା ଅବସରରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ରିହାତି ସହ ପ୍ରତିଦିନ ଲକି ଡ୍ର’ର ଉଠାଣ କରାଯାଉଥିଲା। ବିଶେଷକରି ବାଲିଯାତ୍ରା ଉପଲକ୍ଷେ ଭାରତ ମସଲା ପକ୍ଷରୁ ଏକ ବମ୍ପର ପ୍ରାଇଜ ସମ୍ପର୍କରେ ଘୋଷଣା କରାଯାଇଥିଲା। ବାଲିଯାତ୍ରାର ଶେଷ ଦିନରେ ଲକି ଡ୍ର ସାଙ୍ଗକୁ ବମ୍ପର ପ୍ରାଇଜ୍‌ର ଲଟେରି ଉଠାଣ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡାଙ୍କ ଉପସ୍ଥିତିରେ କରାଯାଇଥିଲା। ଏଥିରେ ନୟାଗଡ ଜିଲାର ସଞ୍ଜୟ ରାଉତ ବମ୍ପର ପ୍ରାଇଜର ବିଜେତା ହୋଇଥିବାବେଳେ ତାଙ୍କୁ ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପଣ୍ଡା ଉପହାର ସ୍ବରୂପ ଓ୍ବାଶିଂ ମେଶିନ ଏବଂ ଉତ୍ତରୀୟ ପ୍ରଦାନ କରିଥିଲେ। ଅପରପକ୍ଷରେ ବାଲିଯାତ୍ରାର ଶେଷ ଦିନର ଲକି ଡ୍ର ବିଜେତା ଭାବେ ଭୁବନେଶ୍ୱର ପଟିଆର ଜୟନ୍ତ କୁମାର ବେଉରା ମାଇକ୍ରୋ ଓଭାନ, କଟକ ବକ୍ସିବଜାରର ମହେଶ ଭଗତ ବାଇସାଇକେଲ, କଟକ ହରିପୁରର ବିକାଶ ଦୀପ ଦାସ ଗ୍ରାଇଣ୍ଡର, କଟକ ଓଡ଼ିଆ ବଜାରର ସେକ୍‌ ରାଜୁ ରୁମ୍‌ ହିଟର ଭଳି ଉପହାର ଜିତିଛନ୍ତି।
ଏ ନେଇ ପଣ୍ଡା କହିଛନ୍ତି, ଭାରତ ମସଲା ନିଜର ଗୁଣବତ୍ତା ବଜାୟ ରଖିବା ସହ ବାଲିଯାତ୍ରାରେ ଦୀର୍ଘ ୨୫ବର୍ଷ ଧରି ବ୍ୟବସାୟକରି ଆସୁଛି। ଚଳିତ ବର୍ଷ ଭାରତ ମସଲା ଯେଉଁ ରେକର୍ଡ ବିଜ୍‌ନେସ୍‌ କରିଛି ତାହା କେବଳ ସମ୍ଭବ ହୋଇଛି ମୋର ପ୍ରିୟ ଗ୍ରାହକ ଓ ଅକ୍ଳାନ୍ତ ପରିଶ୍ରମ କରିଥିବା ମୋ କମ୍ପାନୀର କର୍ମକର୍ତ୍ତାମାନଙ୍କ ପାଇଁ ବୋଲି ପଣ୍ଡା କହିଛନ୍ତି, ଆଜିର ଏହି ବମ୍ପର ପ୍ରାଇଜ୍‌ ଉଠାଣ ବେଳେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସମେତ ନିର୍ଦ୍ଦେଶକ ସୁମନ୍ତ କୁମାର ପଣ୍ଡା, ଶ୍ରୀମନ୍ତ କୁମାର ପଣ୍ଡା, ଆଶୁତୋଷ ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ଜିଏମ୍‌ ଅପରେଶନ ଅରୁଣ କୁମାର ନାୟକ, ଜିଏମ୍‌ ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ, ଷ୍ଟଲ୍‌ ପରିଚାଳକ ଦିଲୀପ କୁମାର ପାଢୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Share